ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ୱର ସହରର ଚେହେରା ବଦଳିବ। ସହରକୁ ନୂଆ ଜୀବନ ଦେବା ପାଇଁ ଅନେକ ପ୍ରକଳ୍ପ ଆରମ୍ଭ କରାଯିବ। ସହର ଓ ତା’ ଅଖପାଖକୁ ନେଇ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି। ବର୍ତ୍ତମାନ ବାଲେଶ୍ୱର ସହରର ବିଭିନ୍ନ ସମସ୍ୟା ଯଥା ରାସ୍ତାଘାଟ, ଗମନାଗମନ ଓ ନାଳ ନର୍ଦ୍ଦମାକୁ ଆଖିରେ ରଖି ନୂଆ  ଯୋଜନା କରାଯିବ। ନୂଆ ପ୍ଲାନରେ  ଚଉଡା ରାସ୍ତା, ରିଂ ରୋଡ୍‌, ଖେଳ କମ୍ପ୍ଲେକ୍ସ, ପାନୀୟ ଜଳ ଯୋଗାଣ ଆଦି ହାତକୁ ନିଆଯିବ।

ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଘରୋଇ ସଂସ୍ଥାକୁ ମାଷ୍ଟର ପ୍ଲାନ ତିଆରି ଦାୟିତ୍ୱ ଦିଆଯାଇଛି। ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ କହିବା ଅନୁଯାୟୀ ବର୍ତ୍ତମାନ ଥିବା ଜମି, ଜନସଂଖ୍ୟା ଓ ସହର ବିକାଶର ଅନ୍ୟ ଦିଗକୁ ବିଚାରକୁ ନେଇ ମାଷ୍ଟର ପ୍ଲାନ ତିଆରି ହେଉଛି।

ସହର ମଧ୍ୟରେ ଗାଡ଼ି ଚଳାଚଳକୁ ସୁବ୍ୟବସ୍ଥିତ କରିବା ସହ ଭିଡ଼କୁ କମାଇବା ପାଇଁ ଏକ ରିଂ ରୋଡ୍‌ ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ବାଲେଶ୍ୱର ସହର ବ୍ୟତୀତ ସହରର ଚତୁର୍ଦିଗରେ ଥିବା ୨୦୫ ଗାଁ ଏହି ନୂଆ ଯୋଜନା ଦ୍ୱାରା ଉପକୃତ ହେବେ।

Comment