ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇ-କମର୍ସ ସାଇଟ୍‌ ଫ୍ଲିପ୍‌କାର୍ଟରେ ଚାଲିଛି କ୍ୱାଲକମ୍‌ ସ୍ନାପ୍‌ଡ୍ରାଗନ୍‌ ଡେଜ୍‌। ଏହି ସମୟ ମଧ୍ୟ ଗ୍ରାହକଙ୍କୁ ପାୱାରଫୁଲ୍‌ ପ୍ରୋସେସର ଥିବା ସ୍ମାର୍ଟଫୋନ୍‌ଗୁଡ଼ିକ ଉପରେ ରିହାତି ଦିଆଯାଉଛି। ଗୁଗୁଲ ପିକ୍ସେଲ ୩ଏ ଏକ୍ସଏଲ୍‌, ଭିଭୋ ଜେଡ୍‌ ୧ ପ୍ରୋ, ଜେଡ୍‌୧ ଏକ୍ସ ଏବଂ ଆସସ୍‌ ୫ଜେଡ୍‌ ସ୍ମାର୍ଟଫୋନ୍‌ର ଦାମ୍‌ରେ ଛାଡ଼ ମିଳୁଛି। ଫ୍ଲିପ୍‌କାର୍ଟରେ ଏହି ୫ ଦିନିଆ ସେଲ୍‌ ଆସନ୍ତା ଡିସେମ୍ବର ୩୧ ଯାଏଁ ଚାଲିବ।

ଏହି ସମୟ ମଧ୍ୟରେ ଗ୍ରାହକ Google Pixel 3a XL ସ୍ମାର୍ଟଫୋନ୍‌କୁ ୩୦,୯୯୯ଟଙ୍କାରେ କିଣିପାରିବେ। ଏହି ସ୍ମାର୍ଟଫୋନ୍‌କୁ ୪୪,୯୯୯ଟଙ୍କାରେ ଲଞ୍ଚ୍‌ କରାଯାଇଥିଲା। ସେହିପରି Vivo Z1 Pro ସ୍ମାର୍ଟଫୋନ୍‌କୁ ଗ୍ରାହକ ୧୨,୯୯୦ ଟଙ୍କାରେ ପାଇପାରିବେ। ସାଧାରଣରେ ଏହା ୧୩,୯୯୦ ଟଙ୍କାରେ ବିକ୍ରି ହେଉଛି। Vivo Z1x ସ୍ମାର୍ଟଫୋନ୍‌ ୧୬,୯୯୯ଟଙ୍କା ବଦଳରେ ୧୫,୯୯୦ ଟଙ୍କାରେ ମିଳୁଛି।

ସେଲ୍‌ ସମୟରେ Asus 5Z ସ୍ମାର୍ଟଫୋନ୍‌ ୧୬,୯୯୯ଟଙ୍କା ପରିବର୍ତ୍ତେ ୧୫,୯୯୯ଟଙ୍କାରେ ବିକ୍ରି ହେଉଛି। ସେହିପରି Asus Max M2 ସ୍ମାର୍ଟଫୋନ୍‌ର 4GB + 64GB ଭାରିଏଣ୍ଟ ଗ୍ରାହକ ୮,୪୯୯ଟଙ୍କାରେ କିଣିପାରିବେ। ଫ୍ଲିପ୍‌କାର୍ଟ ସେଲ୍‌ରେ Lenovo K10 Note ସ୍ମାର୍ଟଫୋନ୍‌ ଉପରେ ମଧ୍ୟ ରିହାତି ଦିଆଯାଇଛି। ଗ୍ରାହକ ଏହାକୁ ୧୧,୯୯ଟଙ୍କା ବଦଳରେ ୮,୯୯୯ଟଙ୍କାରେ ପାଇପାରିବେ।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/IRipWbC83HpD1JetdjgdJX

Comment