ଓଡ଼ିଶାଲାଇଭ୍ ବ୍ୟୁରୋ

 

ନୂଆବର୍ଷରେ ତାରକା ହୋଟେଲ ଓ କ୍ଲବ ଉପରେ ନଜର ରଖିବେ ସାଦା ପୋଷାକଧାରୀ ପୋଲିସ।

ଆଉ କିଛି ଦିନ ପରେ ନୂଆ ସକାଳ ନେଇ ଆସିବ ନୂଆବର୍ଷ। ୨୦୨୦କୁ ସ୍ୱାଗତ କରିବା ପାଇଁ ସମସ୍ତେ ଅନେଇ ବସିଛନ୍ତି। ଜିରୋନାଇଟ୍‌ ସେଲିବ୍ରେସନ୍‌ ପାଇଁ ସମସ୍ତଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଛି। ଏଥର ନୂଆବର୍ଷ ବୁଧବାର ପଡ଼ୁଥିବାରୁ ତା’ର ଭରପୂର ଉପଭୋଗ କରିବା ପାଇଁ ଲୋକେ ଚାହିଁ ବସିଛନ୍ତି। ନୂଆବର୍ଷ ପାଳନ ଲାଗି ଯୁବପିଢ଼ି ରାତି ଅଧରେ ସେଲିବ୍ରେସନ୍‌ କରିବା ପାଇଁ ହୋଟେଲ ଏବଂ ରାଜରାସ୍ତାରେ ବୁଲିଥା’ନ୍ତି। କିଛି ଲୋକ ନିଶାସକ୍ତ ହୋଇ ଜିରୋ ନାଇଟ୍‌ ସେଲିବ୍ରେସନ୍‌ କରିଥା’ନ୍ତି। ଏ’ ସବୁକୁ ଦୃଷ୍ଟିରେ ରଖି କମିସନରେଟ୍‌ ପୋଲିସ ପକ୍ଷରୁ ସୂତନ୍ତ୍ର ବ୍ୟବସ୍ଥା କରାଯାଇଛି।

ମଦ୍ୟପାନ କରି ଗାଡ଼ି ଚଳାଉଥିଲେ ଗଣିବେ ତଣ୍ଡ

ଜିରୋ ନାଇଟ୍‌ ପାଳନ ବେଳେ ରାଜଧାନୀରେ ପାଖାପାଖି ୪୦ଟି ସମ୍ବେଦନଶୀଳ ଛକରେ ପୋଲିସ ପକ୍ଷରୁ ଚେକିଂ କରାଯିବ। ଯେଉଁମାନେ ମଦ୍ୟପାନ କରି ଗାଡ଼ି ଚଳାଉଥିବେ ସେମାନଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରିବା ସହ ଗାଡ଼ି ଚାଳକଙ୍କୁ ଗିରଫ କରାଯିବ।

ଏହାସହ ମଦ ପିଇ ବାଇକ୍‌ ବା କାର୍‌ ଚଳାଉଥିବା ଧରାପଡ଼ିଲେ ଗାଡ଼ି ଜବତ କରାଯିବା ସହ ଲାଇସେନ୍ସ ରଦ୍ଦ କରାଯିବାକୁ ନଷ୍ପତ୍ତି ନିଆଯାଇଛି।

ବାଣଫୁଟାରେ କଟକଣା

ଜିରୋନାଇଟ୍‌ ସେଲିବ୍ରେସନ୍‌ ପାଇଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାଣ ଫୁଟା, ନାଚ ଗୀତ ଉପରେ ମଧ୍ୟ କଟକଣା ରହିଛି। ବିଭିନ୍ନ ଛକରେ ବ୍ଲକିଂ ଓ ଚେକିଂ କରାଯିବ। ସାଧା ପୋଷାକରେ ପୋଲିସ ତାରକା ହୋଟେଲ ଓ କ୍ଲବ ଉପରେ ନଜର ରଖିବେ।

ଚଳିତବର୍ଷ ନୂଆବର୍ଷସମୟରେ ଦୁର୍ଘଟଣା ରୋକିବା ପାଇଁ ଖଣ୍ଡଗିରି, ଖାରବେଳନଗର, ଲିଙ୍ଗରାଜ, ନୂଆପଲ୍ଲୀ, ଚନ୍ଦ୍ରଶେଖର ପୁର ଏବଂ ୩୫ଟି ଦୁର୍ଘଟଣା ପ୍ରବଳ ଛକ ଚିହ୍ନଟ ହୋଇଛି। ସେଠାରେ ଦୁର୍ଘଟଣା ରୋକିବା ପାଇଁ ସେଠାରେ ବ୍ୟାରିକେଡ୍‌ର ବ୍ୟବସ୍ଥା କରାଯିବ।

Comment