ଓଡ଼ିଶାଲାଇଭ୍‌ ବ୍ୟୁରୋ  

(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କା। ଏଭଳି ଘଟଣା ଘଟିଛି ପୁରୀ ଜିଲ୍ଲା କାକଟପୁର ବ୍ଲକର ନାଶୀକେସୋର ପଞ୍ଚାୟତର ନାଟେଶ୍ଵର ଶିବ ମନ୍ଦିରରେ। କେହି ଦୁର୍ବୃତ୍ତ ହୁଣ୍ଡିକୁ କଟରରେ କାଟି ନେଇଥିବା ସନ୍ଦେହ କରାଯାଉଛି।

ଶନିବାର ରାତିରେ ମନ୍ଦିରରେ ଥିବା ହୁଣ୍ଡିକୁ ଭାଙ୍ଗିବାକୁ ଚେଷ୍ଟା କରିଥିଲେ। ପରେ ହୁଣ୍ଡିକୁ କାଟି ନେଇଥିବା ଜଣାପଡ଼ିଛି। ଏନେଇ ମନ୍ଦିର ସେବାୟତଙ୍କ ପକ୍ଷରୁ କାକଟପୁର ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିବା ସୂଚନା ମିଳିଛି।

Comment