ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଲେଶ୍ଵରସ୍ଥିତ ଶୋଭାପୁରମ୍‌ରେ ରବିବାର ନିର୍ମାଣଧୀନ ରେଲଓ୍ଵେ ଓଭରବ୍ରିଜ୍‌ର ଏକ ବିମ୍‌ ଖସିବା ପରେ ଖୋର୍ଦ୍ଧା ଖଡ଼ଗପୁର ରୁଟ୍‌ରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏହା ପ୍ରଭାବରେ ସୋମବାର କିଛି ଟ୍ରେନଥ ବାତିଲ କରାଯାଇଥିବା ବେଳେ କିଛି ଟ୍ରେନ୍‌ର ସମୟରେ ପରିବର୍ତ୍ତନ କରାଯାଇଛି। ଏନେଇ ରେଲଓ୍ଵେ ପକ୍ଷରୁ ସୂଚନା ଦିଆଯାଇଛି।

ପୁରୀ-ହାଓ୍ଵାଡ଼ା ଶତାବ୍ଦୀ ଏକ୍ସପ୍ରେସ୍‌ ଉଭୟ ପଟୁ ବାତିଲ କରାଯାଇଛି। ଗତକାଲି ଛାଡ଼ିବାକୁ ଥିବା ହାଓ୍ୱାଡ଼ା ଚେନ୍ନାଇ ମେଲ୍‌ ଆଜି ହାଓ୍ୱାଡ଼ାରୁ ଦିନ ୧୨ଟା ୧୫ରେ ଛାଡ଼ିବ। ସେହିଭଳି ଫଲକନାମା ଏକ୍ସପ୍ରେସ୍‌ ଆଜି ହାଓ୍ୱାଡ଼ାରୁ ଦିନ ୧ଟା ୧୫ ମିନିଟ୍‌ରେ ଛାଡ଼ିବ।

ରବିବାର ବାଲେଶ୍ୱରରେ ଶୋଭାପୁରମ୍‌ ନିକଟରେ ନିର୍ମାଣଧୀନ ଓଭରବ୍ରିଜ୍‌ର ଏକ ବିମ୍‌ ଖସିପଡ଼ିଥିଲା। ଫଳରେ ସେହି ରୁଟ୍‌ରେ ଯାଉଥିବା ଖୋର୍ଦ୍ଧା ଓ ଖଡ଼ଗପୁର ରୁଟ୍‌ରେ ୧୨ ଘଣ୍ଟାରୁ ଅଧିକ ସମୟ ଧରି ରେଳ ଚଳାଚଳ ବନ୍ଦ ରହିଥିଲା।

ଏହି ଓଭରବ୍ରିଜ୍‌ର ମରାମତି ପାଇଁ ୫ଟି ଟାଓ୍ୱାର କାର ନିୟୋଜିତ କରାଯାଇଥିଲା। ୧୨ ଘଣ୍ଟା ପରେ ଖୋର୍ଦ୍ଧା ଖଡ଼ଗପୁର ରୁଟ୍‌ରେ ଟ୍ରେନ୍‌ ଚଳାଚଳ ସ୍ଵାଭାବିକ ହୋଇଛି।

Comment