ଓଡ଼ିଶାଲାଇଭ୍‌ ବ୍ୟୁରୋ

(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): କୋଣାର୍କ ଗସ୍ତରେ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଗସ୍ତରେ ସେ କୋଣାର୍କ ମ୍ୟୁଜିୟମ ଓ ଇକୋ ରିଟ୍ରିଟ୍‌ ବୁଲି ଦେଖିଛନ୍ତି। ଏହାସହ ଇକୋ ରିଟ୍ରିଟ୍ କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଆଜି ସେ ଇକୋ ରିଟ୍ରିଟରେ ରାତ୍ରୀଯାପନ କରିବେ ବୋଲି ଜଣାପଡ଼ିଛି।

ଏନେଇ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, “ଓଡ଼ିଶାରେ ଇକୋ ରିଟ୍ରିଟ୍‌ ନୂଆ କରି ଆରମ୍ଭ ହୋଇଛି। ଏହି ଇକୋ ରିଟ୍ରିଟ୍‌ରେ ମୁଁ ଆଜି ରାତ୍ରୀଯାପନ କରିବି। ଇକୋ ରିଟ୍ରିଟ୍‌ ଦ୍ଵାରା ପୁରୀ ଚିଲ୍ଲିକା କୋଣାର୍କକୁ ମିଶାଇ ଏକ ବୃହତ ପର୍ଯ୍ୟଟନ ହବ୍ ପରିଣତ ହେବ। ଯାହା ଫଳରେ ଓଡ଼ିଶାର କଳା ଐତିହ୍ୟ ବିଶ୍ଵରେ ପରିଚିତ ହେବ। ଏହା ଆମ ସମସ୍ତଙ୍କର ଲକ୍ଷ୍ୟ।

ଏହାସହ ସିଏଏ ପ୍ରସଙ୍ଗରେ ସେ କଂଗ୍ରେସ ଉପରେ ବର୍ଷିଛନ୍ତି। ସିଏଏ ପାଇଁ ହେଉଥିବା ବିବାଦ କଂଗ୍ରେସ ହିଁ କରୁଛି। କଂଗ୍ରେସ ୨ଥର ନିର୍ବାଚନରେ ପରାଜୟ ବରଣ କରିଛି। ତେଣୁ କଂଗ୍ରେସ ବିଜେପିକୁ ଟାର୍ଗେଟ କରିବାକୁ କୌଣସି ପ୍ରସଙ୍ଗ ପାଉନାହିଁ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

Comment