ଓଡ଼ିଶାଲାଇଭ୍‌ ବ୍ୟୁରୋ

OSSCରେ ଇଣ୍ଡଷ୍ଟ୍ରିଜ୍ ପ୍ରମୋସନ୍ ଅଫିସର ପଦବୀ ପାଇଁ ବାହାରିଲା ନିଯୁକ୍ତି। ରାଜ୍ୟ ସରକାରଙ୍କ ଶିଳ୍ପ ନିର୍ଦେଶାଳୟ ଅଧୀନରେ ୪୮ଟି ଇଣ୍ଡଷ୍ଟ୍ରିଜ୍ ପ୍ରମୋସନ୍ ଅଫିସର ପଦବୀରେ ନିଯୁକ୍ତି ବହାରିଛି। ଏନେଇ ଓଡ଼ିଶା ଷ୍ଟାଫ୍ ସିଲେକସନ୍ କମିସନ(ଓଏସ୍‌ଏସ୍‌ସି) ପକ୍ଷରୁ ସୂଚନାତ୍ମକ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ସମସ୍ତ ନିଯୁକ୍ତି ଚୁକ୍ତିଭିତ୍ତିକ ହେବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ ଦର୍ଶାଯାଇଛି।

ପଦବୀ

ଇଣ୍ଡଷ୍ଟ୍ରିଜ୍ ପ୍ରମୋସନ୍ ଅଫିସର ପଦବୀରେ ମୋଟ ୪୮ଟି ନିଯୁକ୍ତି ଦିଆଯିବ। ଏଥିମଧ୍ୟରୁ ୩୯ଟି ପଦବୀ ସାଧାରଣବର୍ଗଙ୍କ(ମହିଳା-୧୩) ପାଇଁ ଥିବା ବେଳେ ଏସ୍‌.ଟିଙ୍କ ପାଇଁ ରହିଛି ୨ଟି ପଦବୀ(ମହିଳା-୧)। ସେହିପରି ଏସ୍‌.ସି ବର୍ଗରେ ୫ଟି (ମହିଳା-୨) ଏବଂ ଏସ.ଇ.ବି.ସି ବର୍ଗଙ୍କ ପାଇଁ ୨ଟି ପଦବୀ ରଖାଯାଇଛି।

ମୋଟ ୪୮ଟି ପଦବୀରୁ ସ୍ପେଶାଲ କ୍ୟାଟେଗୋରୀ ପାଇଁ ଗୋଟିଏ,ଏକ୍ସ-ସର୍ଭିସମ୍ୟାନ୍‌ଙ୍କ ପାଇଁ ଦୁଇଟି ଓ ସ୍ପୋର୍ଟସ କୋଟା ପାଇଁ ଗୋଟିଏ ପଦବୀ ସଂରକ୍ଷିତ ରଖାଯାଇଛି।

ଶିକ୍ଷାଗତ ଯୋଗ୍ୟତା

ଏହି ପଦବୀ ପାଇଁ ପ୍ରାର୍ଥୀ ଇଞ୍ଜିନିୟରିଂରେ ଡିଗ୍ରୀ କିମ୍ବା ଡିପ୍ଲୋମା ହାସଲ କରିଥିବା ଆବଶ୍ୟକ।

ବୟସ

୧୮ ରୁ ୩୨ ବର୍ଷ ବୟସ ଥିବା ସାଧାରଣ ବର୍ଗର ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ। ଅନ୍ୟାନ୍ୟ ବର୍ଗଙ୍କ ପାଇଁ ବୟସ ସୀମା କୋହଳ ନିୟମକୁ ପାଳନ କରାଯିବ।

ଆବେଦନ ଫି’

ଇଣ୍ଡଷ୍ଟ୍ରିଜ୍ ପ୍ରମୋସନ୍ ଅଫିସର ପଦବୀରେ ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କୁ ୨୦୦ ଟଙ୍କା ଫି ଅନଲାଇନ୍ ଦାଖଲ କରିବାକୁ ପଡ଼ିବ। ଏସ.ସି, ଏସ.ଟି ଓ  ପି.ଡବ୍ଲୁ.ଡି ଅନ୍ତର୍ଭୁକ୍ତ ପ୍ରାର୍ଥୀମାନଙ୍କୁ କୌଣସି ଫି’ ଦେବାକୁ ପଡ଼ିବ ନାହିଁ। ଅନଲାଇନ୍ ଆବେଦନର ତାରିଖ ତଥା ଏ ସଂପର୍କିତ ସବିଶେଷ ତଥ୍ୟ ପାଇଁ ଆଗ୍ରହୀ ପ୍ରାର୍ଥୀମାନେ www.ossc.gov.in ୱେବସାଇଟ୍ ସହିତ ଯୋଗାଯୋଗ ରଖନ୍ତୁ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/IRipWbC83HpD1JetdjgdJX

Comment