ଓଡ଼ିଶାଲାଇଭ୍‌ ବ୍ୟୁରୋ

OSSCରେ ଚାକିରି ସୁଯୋଗ, ସବ୍‌-ଇନ୍ସପେକ୍ଟର ଓ ଷ୍ଟେସନ ଅଫିସର ପଦ ପାଇଁ ବାହାରିଲା ନିଯୁକ୍ତି।

କମ୍ଵାଇନ୍‌ଡ ପୋଲିସ ସର୍ଭିସରେ ସବ୍‌-ଇନ୍ସପେକ୍ଟର ଓ ଷ୍ଟେସନ ମାଷ୍ଟର ପଦବୀ ପାଇଁ ବାହାରିଲା ନିଯୁକ୍ତି। ଏନେଇ ଓଏସ୍‌ଏସ୍‌ସି ତରଫରୁ ସୂଚନାତ୍ମକ ବିଜ୍ଞପ୍ତି ପ୍ରକାଶ ପାଇଛି। ୬୦ ପଦବୀ ପାଇଁ ଏହି ନିଯୁକ୍ତି ଦିଆଯିବ। ସମସ୍ତ ନିଯୁକ୍ତି ଚୁକ୍ତିଭିତ୍ତିକ ହେବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ ଦର୍ଶାଯାଇଛି।

ପଦବୀ

  • ପୋଲିସ୍‌ ଏସ୍‌ଆଇ – ୪୭
  • ଷ୍ଟେସନ ଅଫିସର – ୧୩

ଶିକ୍ଷାଗତ ଯୋଗ୍ୟତା

  • ପୋଲିସ ଏସ୍‌ଆଇ – ପ୍ରାର୍ଥୀ ଯେକୌଣସି କଳା, ବିଜ୍ଞାନ, ବାଣିଜ୍ୟ) ବିଷୟରେ ଗ୍ରାଜୁଏସନ୍‌ ପାସ କରିଥିବା ଦରକାର। ଏହାସହ ଏମ୍‌ଇ ପର୍ଯ୍ୟନ୍ତ ଓଡ଼ିଆରେ ପାସ୍‌ କରିଥିବା ଦରକାର।
  • ଷ୍ଟେସନ ଅଫିସର – ପ୍ରାର୍ଥୀ ବିଜ୍ଞାନରେ ଗ୍ରାଜୁଏସନ୍‌ କିମ୍ଵା ଇଂଜିନିୟଙ୍ଗ ପାସ୍‌ କରିଥିବା ଦରକାର। ଏହାସହ ଏମ୍‌ଇ ପର୍ଯ୍ୟନ୍ତ ଓଡ଼ିଆରେ ପାସ୍‌ କରିଥିବା ଦରକାର।

ବୟସ ସୀମା

  • ପ୍ରାର୍ଥୀଙ୍କ ବୟସ ୨୧ରୁ ୨୫ ବର୍ଷ ହୋଇଥିବା ଆବଶ୍ୟକ।
  • ଏସ୍‌ସି, ଏସ୍‌ଟି, ଏସ୍‌ସିବିସି ଓ ମହିଳାମାନଙ୍କ ପାଇଁ ୫ ବର୍ଷ ବୟସ ସୀମା କୋହଳ କରାଯାଇଛି।

ଆବେଦନ ଫିସ୍‌

  • ଆବେଦନ କରିବା ପାଇଁ ଫିସ୍‌ ୨୦୦ ଟଙ୍କା ଧାର୍ଯ୍ୟ କରାଯାଇଛି।
  • ଏସ୍‌ସି, ଏସ୍‌ଟିଙ୍କୁ ପରୀକ୍ଷା ଫିସ୍‌ରୁ ବାଦ ଦିଆଯାଇଛି।

ଅନଲାଇନ୍ ଆବେଦନର ତାରିଖ ତଥା ଏ ସଂପର୍କିତ ସବିଶେଷ ତଥ୍ୟ ପାଇଁ ଆଗ୍ରହୀ ପ୍ରାର୍ଥୀମାନେ www.ossc.gov.in ୱେବସାଇଟ୍ ସହିତ ଯୋଗାଯୋଗ ରଖନ୍ତୁ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

Comment