ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଉ ଗୋଟେ ଦିନ ପରେ ନୂଆବର୍ଷ। ନୂତନବର୍ଷରେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ପୁରୀରେ ଲାଗିଲାଣି ଭକ୍ତଙ୍କ ଭିଡ଼। ନୂଆବର୍ଷରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଟ୍ରାଫିକ୍‌ କଟକଣା ଜାରି କରାଯାଇଛି।

ଭୁବନେଶ୍ଵର ପଟୁ ଆସୁଥିବା ସମସ୍ତ ଗାଡ଼ି ବାଟ ଗାଁ ବାଇପାସ୍‌ ଦେଇ ହୋଟେଲ ଷ୍ଟର୍ଲିନ୍‌ ଅଭିମୁଖେ ଯିବେ। ହୋଟେଲ ଷ୍ଟର୍ଲିନ୍‌ ନିକଟ ସମୁଦ୍ର କୂଳରେ ଗାଡ଼ି ପାର୍କିଂ କରିପାରିବେ। ପୁରୀରୁ ଫେରିବା ବେଳେ ଗାଡ଼ିଗୁଡ଼ିକ ମେରାଇନ୍‌ ଡ୍ରାଇଭ୍ ରୁଟ୍‌ରେ ଆସିବେ। ସେଠାରୁ ମାଳତିପାଟପୁର ଓଭରବ୍ରିଜ୍‌ରେ ବାହାରିବ।

ନୂଆବର୍ଷ ପୂର୍ବରୁ ପୁରୀରେ ଗହଳି ଆରମ୍ଭ ହୋଇଗଲାଣି। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ମଧ୍ୟ କରାଯାଇଛି। ଶୃଙ୍ଖଳିତ ଦର୍ଶନ କରିବା ପାଇଁ ଶ୍ରୀମନ୍ଦିରରେ ବ୍ୟାରିକେଡ୍‌ର ଲଗାଯାଇଛି। ଏହାସହ ୬୫ ପୋଲିସ ଫୋର୍ସ ସହ ୨୭୬ ଜଣ ଅଧିକାରୀ ମୁତୟନ ରହିବେ।

Comment