ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚାକିରି ପାଇଁ OSSCରେ ବିଜ୍ଞାପନ ପ୍ରକାଶ ପାଇଛି। ଆବେଦନ କରିବାର ଶେଷ ତାରିଖ ଜାନୁଆରି ୧୮। 

ଓଏସ୍‌ଏସ୍‌ସିରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ହ୍ୟାଣ୍ଡରାଇଟିଂ ବ୍ୟୁରୋ, କ୍ରାଇମ୍ ଇନଭେଷ୍ଟିଗେସନ ଡିପାର୍ଟମେଣ୍ଟ, କ୍ରାଇମ୍ ବ୍ରାଞ୍ଚ ଓ ସବ୍ ଇନସ୍ପେକ୍ଟର୍ ପଦବୀ ପାଇଁ ଏହି ନିଯୁକ୍ତି ଦିଆଯିବ। ଇଚ୍ଛୁକ ପ୍ରାର୍ଥୀମାନେ ଏନେଇ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ୧୮ ଜାନୁଆରି ୨୦୨୦।

ଶିକ୍ଷାଗତ ଯୋଗ୍ୟତା

ପଦାର୍ଥ ବିଜ୍ଞାନ, ରସାୟନିକ ବିଜ୍ଞାନ ତଥା ଗଣିତରେ ସ୍ନାତକ ହାସିଲ୍ କରିଥିବା ପ୍ରାର୍ଥୀ ଏହି ପଦବୀ ପାଇଁ ଆବେଦନ କରିପାରିବେ।

ବୟସ ସୀମା

  • ୨୦୧୮ ଜାନୁଆରି ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କ ବୟସ ୨୧ରୁ କମ୍‌ କିମ୍ଵା ୨୫ ବର୍ଷରୁ ଅଧିକ ହୋଇନଥିବା ଦରକାର।
  • ଅନୁସୂଚିତ ଜାତି ଓ ଜନଜାତି, ଏସିବିସି, ମହିଳା ତଥା ଏକ୍ସ-ସର୍ଭିସମ୍ୟାନଙ୍କ ପାଇଁ ୫ ବର୍ଷ ବୟସ କୋହଳ କରାଯାଇଛି।

ମାସିକ ଦରମା

ଏହି ପଦବୀରେ ନିଯୁକ୍ତି ଚୁକ୍ତିଭିତ୍ତିକ। ସେହି ଅନୁସାରେ –

  • ପ୍ରଥମ ବର୍ଷ -୧୬,୮୮୦ ଟଙ୍କା
  • ଦ୍ଵିତୀୟ ବର୍ଷ – ୧୮,୫୭୦ ଟଙ୍କା
  • ତୃତୀୟ ବର୍ଷ -୨୦,୪୩୦ ଟଙ୍କା
  • ଚତୁର୍ଥ ବର୍ଷ – ୨୨, ୪୮୦ ଟଙ୍କା
  • ପଞ୍ଚମ ବର୍ଷ – ୨୪, ୭୩୦ ଟଙ୍କା
  • ଷଷ୍ଠ ବର୍ଷ – ୨୭, ୨୧୦ ଟଙ୍କା

କେମିତି କରିବେ ଆବେଦନ?

ଆବେଦନକାରୀମାନେ ossc.gov.in ଓ୍ଵେବସାଇଟକୁ ଯାଇ ଆବେଦନ କରିପାରିବେ। ଆବଦନପତ୍ରରେ ସୂଚୀତ ସମସ୍ତ ତଥ୍ୟ ପୂରଣ କରିବା ସହ ଆବେଦନକାରୀଙ୍କୁ ନିଜର ସ୍କାନ ହୋଇଥିବା ଫୋଟୋକପି ଏବଂ ଦସ୍ତଖତ ମଧ୍ୟ ଅପଲୋଡ଼୍ କରିବାକୁ ହେବ। ଏହା ବ୍ୟତୀତ ଆବେଦନକାରୀମାନଙ୍କୁ ଅନଲାଇନ୍ ମୋଡରେ ଏସବିଆଇ ବ୍ୟାଙ୍କ୍ ଜରିଆରେ ୨୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ପଡ଼ିବ।(କେବଳ ଅନୁସୂଚିତ ଜାତି ଓ ଜନଜାତି ପକ୍ଷରେ କୌଣସି ଶୁଳ୍କ ଲାଗୁ ହେବ ନାହିଁ)।

1 COMMENT

Comment