ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଉ କିଛି ଘଣ୍ଟା ପରେ ବିଦାୟ ନେବ ୨୦୧୯। ଏଥିପାଇଁ ସବୁଆଡ଼େ ଚାଲିଛି ଜୋରଦାର ପ୍ରସ୍ତୁତି। ତେବେ ୨୦୧୯ରେ ଓଡ଼ିଶାରେ ଏମିତି କିଛି ଘଟଣା ଘଟିଥିଲା ଯାହା ଖବରର ଶିରୋନାମା ପାଲଟିଥିଲା।

୧. ପୂର୍ବତନ ମୁଖ୍ୟ ଶାସନ ସଚିବ ତରୁଣକାନ୍ତି ମିଶ୍ରଙ୍କ ଗଳ୍ପ ସଂକଳନ ‘ଭାସ୍ୱତୀ’କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର।

୨. ସର୍ବକନିଷ୍ଠ ସାଂସଦ ଭାବେ ଚନ୍ଦ୍ରାଣୀ ମୁର୍ମୁ କେନ୍ଦୁଝର ଲୋକସଭା ଆସନରୁ ଜିତିଲେ ନିର୍ବାଚନ।

୩. ଦୂତି ଚାନ୍ଦ ଭାରତର ଶ୍ରେଷ୍ଠ ଧାବିକା।

୪. ଓଡ଼ିଶା ରସଗୋଲାକୁ ଜିଆଇ ଟ୍ୟାଗ ମାନ୍ୟତା ପ୍ରାପ୍ତି।

୫. ପ୍ରକାଶ ରାଓ, କଲମା ପୂଜାରୀ ଓ ଦୈତାରୀ ନାୟକଙ୍କୁ ପଦ୍ମଶ୍ରୀ ପୁରସ୍କାର।

୬. ଜମ୍ମୁ କଶ୍ମୀରର ପ୍ରଥମ ଉପରାଜ୍ୟପାଳ ଭାବେ ଗିରିଶ ଚନ୍ଦ୍ର ମୁର୍ମୁଙ୍କ ଦାୟିତ୍ୱ ଗ୍ରହଣ।

୭. ପ୍ରଥମ ମହିଳା ପାଇଲଟ ଭାବେ ଅନୁପ୍ରିୟା ଲାକ୍ରାଙ୍କ ସଫଳତା।

୮. କଂଗ୍ରେସର ଏକମାତ୍ର ସାଂସଦ ଭାବେ ସପ୍ତଗିରି ଉଲାକା କୋରାପୁଟ ଆସନରୁ ଜିତିଲେ ନିର୍ବାଚନ।

୯. କେନ୍ଦ୍ରମନ୍ତ୍ରୀ ଭାବେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଦାୟିତ୍ୱ ଗ୍ରହଣ।

୧୦. ଆଇଏଏସ୍‌ ଚାକିରି ଛାଡ଼ି ପ୍ରଥମ ଥର ପାଇଁ ଭୁବନେଶ୍ୱର ସାଂସଦ ହେଲେ ଅପରାଜିତା ଷଡ଼ଙ୍ଗୀ।

୧୧. ଲଗାତାର ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ ନବୀନ ପଟ୍ଟନାୟକ।

୧୨. ପାରା ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଜିତିଲେ ଅର୍ଜୁନ ପୁରସ୍କାର।

୧୩. ଓଡ଼ିଆ ପୁଅ ପ୍ରମୋଦ କୁମାର ମିଶ୍ର ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ନିଯୁକ୍ତି ପାଇଲେ।

୧୪. ଧର୍ମେନ୍ଦ୍ର ପ୍ରଧାନ ଦ୍ୱିତୀୟ ଥର ପାଇଁ ମୋଦୀ ମନ୍ତ୍ରିମଣ୍ଡଳରେ ପେଟ୍ରୋଲିୟମ୍‌ ଓ ନାଚୁରାଲ ଗ୍ୟାସ୍‌ ମନ୍ତ୍ରାଳୟର ମନ୍ତ୍ରୀ ହେଲେ।

୧୫. ବଲିଉଡ୍‌ରେ ଏଣ୍ଟ୍ରି ମାରିଲେ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ।

୧୬. ଇଣ୍ଡିଆନ୍‌ ଆଇଡଲ୍‌ ସିଜିନ୍‌-୧୧ରେ ଓଡ଼ିଆ ଝିଅ ଚେଲ୍‌ସି ବେହୁରା।

୧୭. କନ୍ଧମାଳ ହଳଦୀକୁ ମିଳିଲା ଜିଆଇ ଟ୍ୟାଗ୍‌।

୧୮. ଦିଲ୍ଲୀ ଜେଏନ୍‌ୟୁ ଛାତ୍ର ସଂସଦ ନିର୍ବାଚନରେ ଏଏସ୍‌ଏଫ୍‌ଆଇ ପ୍ରାର୍ଥୀ ହୋଇଥିଲେ ଓଡ଼ିଆ ପୁଅ ଜିତେନ୍ଦ୍ର ସୁନା।

୧୯. ଓସିଏ ସମ୍ପାଦକ ଭାବେ ନିର୍ବାଚିତ ହେଲେ ଆଶୀର୍ବାଦ ବେହେରାଙ୍କ ପୁଅ ସଞ୍ଜୟ ବେହେରା।

Comment