ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୂର୍ବତନ ରାଜ୍ୟସଭା ସାଂସଦ ଏ ଭି ସ୍ଵାମୀଙ୍କ ପରଲୋକ ଘଟିଛି। ୯୧ ବର୍ଷ ବୟସରେ ନୂଆପଡ଼ା ଖରିଆର ରୋଡ୍‌ସ୍ଥିତ ବାସଭବନରେ ସେ ମଙ୍ଗଳବାର ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି।

ପୁଅ ସୁରେଶ ଆଚାରୀ ବାପାଙ୍କ ପରଲୋକ ନେଇ ସୂଚନା ଦେଇଛନ୍ତି। ୧୯୨୯ ଜୁଲାଇ ୧୮ରେ ନବରଙ୍ଗପୁରରେ ଜନ୍ମ ହୋଇଥିଲେ ଏ ଭି ସ୍ୱାମୀ। ସେ ୨୦୧୨ ଏପ୍ରିଲ ୩ରୁ ୨୦୧୮ ଯାଏଁ ସେ ରାଜ୍ୟସଭା ସାଂସଦ ଥିଲେ।

ତାଙ୍କ ମୃତ୍ୟୁରେ ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଗଭୀର ଶୋକ ପ୍ରକାଶ କରିଛନ୍ତି।

Comment