ଓଡ଼ିଶାଲାଇଭ୍‌ ବ୍ୟୁରୋ

OSSCରେ ଚାକିରି ସୁଯୋଗ। ୩୧ ଜୁନିୟର ଆସିଷ୍ଟାଣ୍ଟ ପଦବୀ ପାଇଁ କରିପାରିବେ ଆବେଦନ।  

ଓଏସ୍‌ଏସ୍‌ସିରେ ୩୧ଟି ଜୁନିୟର ଆସିଷ୍ଟାଣ୍ଟ ପଦବୀରେ ନିଯୁକ୍ତି। ଏନେଇ ଓଏସ୍‌ଏସ୍‌ସି ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସମସ୍ତ ନିଯୁକ୍ତି ଚୁକ୍ତି ଭିତ୍ତିକ ହେବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ ଦର୍ଶାଯାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଏନେଇ ଆବେଦନ କରିପାରିବେ। ୨୦୨୦ ଜାନୁଆରିରୁ ୮ରୁ ଫେବ୍ରୁଆରି ୭ ପର୍ଯ୍ୟନ୍ତ ଆବେଦନ ତାରିଖ ଧାର୍ଯ୍ୟ କରାଯାଇଛି।

ଜୁନିୟର ଆସିଷ୍ଟାଣ୍ଟ ପଦବୀ

  • ଏସ୍‌ଟି – ୭ ପଦବୀ
  • ଏସ୍‌ସି – ୫ ପଦବୀ
  • ଏସ୍‌ସିବିସି – ୪ ପଦବୀ
  • ଜେନେରାଲ – ୧୫ ପଦବୀ

ଶିକ୍ଷାଗତ ଯୋଗ୍ୟତା

  • ପ୍ରାର୍ଥୀ ଯେକୌଣସି ବିଷୟ(କଳା, ବିଜ୍ଞାନ, ବାଣିଜ୍ୟ)ରେ ଗ୍ରାଜୁଏସନ୍‌ ପାସ୍‌ କରିଥିବା ଦରକାର।
  • ଏହାସହ କମ୍ପ୍ୟୁଟର ମଧ୍ୟ ଜଣିଥିବା ଦରକାର।

ପରୀକ୍ଷା ପ୍ରଣାଳୀ

  • ପ୍ରିଲିମିନାରୀ ପରୀକ୍ଷା
  • ମେନ୍‌ ଲିଖିତ ପରୀକ୍ଷା
  • କମ୍ପ୍ୟୁଟର ପ୍ରାକ୍ଟିକାଲ ପରୀକ୍ଷା
  • ସାର୍ଟିଫିକେଟ ଯାଞ୍ଚ ପ୍ରକ୍ରିୟା

ଆବେଦନ ଫି’

ଆବେଦନ ପାଇଁ ଫି’ ୨୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଏସ୍‌ସି, ଏସ୍‌ଟି ଓ ପିଡବ୍ଲୁଡି ପ୍ରାର୍ଥୀଙ୍କୁ ଆବେଦନ ଫି’ ଛାଡ଼ କରାଯାଇଛି।

ବୟସ ସୀମା

୨୧ରୁ ୩୨ ବର୍ଷ

ତାରିଖ

  • ଆବେଦନ ତାରିଖ – ୦୮.୦୧.୨୦୨୦
  • ଆବେଦନର ଶେଷ ତାରିଖ – ୦୭.୦୨.୨୦୨୦

ଅନଲାଇନ୍ ଆବେଦନ ପାଇଁ ତଥା ସବିଶେଷ ତଥ୍ୟ ପାଇଁ ଆଗ୍ରହୀ ପ୍ରାର୍ଥୀମାନେ www.ossc.gov.in ୱେବସାଇଟ୍ ସହିତ ଯୋଗାଯୋଗ ରଖନ୍ତୁ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

Comment