ଓଡ଼ିଶାଲାଇଭ୍ ବ୍ୟୁରୋ

ଜାନୁଆରି ୨ ତାରିଖରେ ଭୁବନେଶ୍ୱର ଓ ନିମାପଡ଼ାରେ ବନ୍ଦ ରହିବ ବିଦ୍ୟୁତ୍ ସେବା। ମରାମତି କାମ ପାଇଁ ଏହି ଦୁଇଟି ସ୍ଥାନରେ ପାୱାର କଟ୍ କରାଯିବ ବୋଲି ସେସୁ ପକ୍ଷରୁ ସୂଚନା ଦିଆଯାଇଛି।

ସେସୁର ସୂଚନା ଅନୁସାରେ, ଆସନ୍ତାକାଲି ଭୁବନେଶ୍ୱରର ଦାରୁଠେଙ୍ଗ, ଚନ୍ଦକା ଓ କୁଜିମହଲ ଅଞ୍ଚଳରେ ବିଦ୍ୟୁତ ସେବା ସକାଳ ୯ ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ବନ୍ଦ ରହିବ। ସେହିପରି କେସୁରା, କୋରଡ଼ାକାନ୍ତ, କମାଣ ଆଦି ଅଞ୍ଚଳର ବିଦ୍ୟୁତ ଉପଭୋକ୍ତା ସକାଳ ୯ଟାରୁ ଦିନ ୩ଟା ପର୍ଯ୍ୟନ୍ତ ବିଜୁଳି ପାଇବାରୁ ବଞ୍ଚିତ ହେବେ।

ଅନ୍ୟପଟେ ନିମାପଡ଼ା ଅଞ୍ଚଳରେ ମଧ୍ୟ ଜାନୁଆରି ୨ ତାରିଖରେ ପାୱାର କଟ୍ କରାଯିବ। ଏହି ଅଞ୍ଚଳର ଦାଣ୍ଡମୁକୁନ୍ଦପୁର, ଅବଳପୁର, ମୁର୍ଦ୍ଧନୀପୁର, ଡେଲାଙ୍ଗ, ପିପିଲି ବଜାର, ହରିପୁର ଓ ରାଜାସ ଅଞ୍ଚଳରେ ସକାଳ ୯ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ବିଦ୍ୟୁତ ସେବା ବନ୍ଦ ରହିବ।

Comment