ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟରେ ୧୮ଟି ଲାଇବ୍ରେରିଆନ୍ ପଦବୀ ପାଇଁ ଓଡ଼ିଶା ଷ୍ଟାଫ୍ ସିଲେକସନ୍ କମିସନରେ ବାହାରିଲା ନିଯୁକ୍ତି।

ଓଡ଼ିଶା ଷ୍ଟାଫ୍ ସିଲେକସନ୍ କମିସନ(ଓଏସ୍ଏସ୍‌ସି)ରେ ୧୮ଟି ଜୁନିୟର ଲାଇବ୍ରେରିଆନ୍ ପଦବୀରେ ନିଯୁକ୍ତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ଏହି ନିଯୁକ୍ତି ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟ ଅଧୀନରେ ଦିଆଯିବ। ଏହି ନିଯୁକ୍ତି ଚୁକ୍ତିଭିତ୍ତିକ ରହିବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ ଭାବେ ସୂଚନା ଦିଆଯାଇଛି।

ପଦବୀ

୧୮ଟି ଜୁନିୟର୍ ଲାଇବ୍ରେରିଆନ୍ ପଦବୀ ମଧ୍ୟରୁ ସାଧାରଣବର୍ଗ ପାଇଁ ୨ଟି, ଏସ୍.ସି ପାଇଁ ୬ଟି, ଏସ୍.ଟି ପାଇଁ ୬ଟି ଏବଂ ଏସ୍.ଇ.ବି.ସି ବର୍ଗ ପାଇଁ ୪ଟି ସଂରକ୍ଷିତ ରହିଛି। ଭିନ୍ନକ୍ଷମ ଏବଂ ଏକ୍ସ ସର୍ଭିସମ୍ୟାନଙ୍କ ପାଇଁ ଗୋଟିଏ ଲେଖାଏଁ ପଦବୀ ସଂରକ୍ଷିତ ରଖାଯାଇଛି।

ଶିକ୍ଷାଗତ ଯୋଗ୍ୟତା

ଜୁନିୟର୍ ଲାଇବ୍ରେରିଆନ୍ ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥୀ ଲାଇବ୍ରେରୀ ସାଇନ୍ସରେ ବ୍ୟାଚେଲର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ। ଏଥିସହିତ ପ୍ରାର୍ଥୀ ଦଶମ କିମ୍ବା ମାଇନର ଶିକ୍ଷା ଯାଏଁ ଓଡ଼ିଆ ବିଷୟ ପଢିଥିବା ଆବଶ୍ୟକ।

ବୟସ

୨୧ ରୁ ୩୨ ବର୍ଷ ବୟସର ପ୍ରାର୍ଥୀମାନେ ଜୁନିୟର୍ ଲାଇବ୍ରେରିଆନ୍ ପଦବୀ ପାଇଁ ଆବେଦନ କରିପାରିବେ।  ଏସ୍‌ଇବିସି, ଏସ୍‌ସି, ଏସ୍‌ଟି ଓ ମହିଳା ପ୍ରାର୍ଥୀଙ୍କ ପାଇଁ ବୟସସୀମା ୫ ବର୍ଷ ପାଇଁ କୋହଳ କରାଯାଇଛି। ସେହିପରି ଭିନ୍ନକ୍ଷମଙ୍କ ପାଇଁ ୧୦ ବର୍ଷ କୋହଳ ବ୍ୟବସ୍ଥା ରହିଛି।

ଦରମା

ଜୁନିୟର୍ ଲାଇବ୍ରେରିଆନ୍ ପଦବୀ ପାଇଁ ମାସିକ ୧୬,୮୮୦ ଟଙ୍କା ଦରମା ଧାର୍ଯ୍ୟ ହୋଇଛି।

ଆବେଦନ ଫି

ଆବେଦନ କରିବା ପାଇଁ ସାଧାରଣ ବର୍ଗର ପ୍ରାର୍ଥୀମାନଙ୍କୁ ୨୦୦ ଟଙ୍କା ପରୀକ୍ଷା ଫି’ ଦେବାକୁ ପଡ଼ିବ। ତେବେ ଏସ୍.ସି, ଏସ୍.ଟି ଓ ଭିନ୍ନକ୍ଷମଙ୍କୁ କୌଣସି ଫି’ ଦେବାକୁ ପଡ଼ିବନି।

ଆବେଦନ ପ୍ରକ୍ରିୟା ଏବଂ ଫି’ ଦାଖଲ ସମ୍ପୂର୍ଣ୍ଣ ଭାବେ ଅନଲାଇନ୍‌ରେ କରିବାକୁ ପଡ଼ିବ। ଏନେଇ ନିକଟ ଭବିଷ୍ୟତରେ ଆବେଦନ ପ୍ରକ୍ରିୟାର ତାରିଖ ଜାରି କରାଯିବ। ପଦବୀ ସଂପର୍କିତ ସବିଶେଷ ସୂଚନା ପାଇଁ www.ossc.gov.inରେ ଲଗଅନ୍ କରନ୍ତୁ।

Comment