ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୂଆବର୍ଷରୁ ନୂଆ କରି ଜୀବନ ଆରମ୍ଭ କରିବାକୁ ସମସ୍ତେ ବିଭିନ୍ନ ପ୍ରକାର ସଂକଳ୍ପ ନେଇଥାନ୍ତି। ଆପଣ ବି ଯଦି ଆଜିଠୁ କିଛି ସଂକଳ୍ପ କରୁଛନ୍ତି ତେବେ ଏମିତି କିଛି ସଂକଳ୍ପ ନିଅନ୍ତୁ ଯାହାଦ୍ୱାରା ଆପଣ ବର୍ଷସାରା ସୁସ୍ଥ ରହିବେ। ଆପଣ ଯଦି ଖାଦ୍ୟ ପାନୀୟ ଉପରେ ସାମାନ୍ୟ ଧ୍ୟାନ ଦେବେ ତେବେ ଆପଣ ବିଭିନ୍ନ ପ୍ରକାର ରୋଗରୁ ମୁକ୍ତି ପାଇପାରିବେ।

ସୁସ୍ଥ ରହିବା ପାଇଁ ଆପଣ ବିଭିନ୍ନ ପ୍ରକାର ଖାଦ୍ୟ ନିଜ ଡାଇଟରେ ସାମିଲ କରନ୍ତୁ। କାରଣ ସୁସ୍ଥ ରହିବାକୁ ହେଲେ ଶରୀରକୁ ୪୦ରୁ ଅଧିକ ପ୍ରକାର ପୋଷକ ତତ୍ତ୍ୱର ଆବଶ୍ୟକତା ଥାଏ। ସେଥିପାଇଁ ସବୁବେଳେ ଗୋଟିଏ ପ୍ରକାର ଖାଦ୍ୟ ନଖାଇ ବିଭିନ୍ନ ପ୍ରକାର ଖାଦ୍ୟ ସାମିଲ କରନ୍ତୁ।

ଖାଦ୍ୟରେ କାର୍ବୋହାଇଡ୍ରେଟର ମାତ୍ରା ସାମିଲ କରନ୍ତୁ। କ୍ଷୀର, ଦହି, ଅଣ୍ଡା ଓ ପନିରକୁ ଡାଇଟରେ ସାମିଲ କରନ୍ତୁ। ଫଳରେ ଶରୀରକୁ ଉପଯୁକ୍ତ କାର୍ବୋହାଇଡ୍ରେଟ ମିଳିବ।

ନୂଆବର୍ଷରୁ ଜଙ୍କ୍‌ ଫୁଡ୍‌ କମ୍‌ ଖାଇବାକୁ ଶପଥ କରନ୍ତୁ। ଜଙ୍କ୍‌ ଫୁଡ ଖାଇବା ଯୋଗୁଁ ବିଭିନ୍ନ ରୋଗ ହୋଇଥାଏ। ଏଥିପାଇଁ ବାରମ୍ବାର ବାରମ୍ବାର ଆପଣଙ୍କୁ ଡାକ୍ତରଙ୍କ ନିକଟକୁ ଯିବାକୁ ପଡ଼ିଥାଏ।

ନୂଆବର୍ଷରୁ ପ୍ରତିଦିନ ଫଳ ଖାଇବାକୁ ଶପଥ ନିଅନ୍ତୁ। କମ୍‌ ସେ କମ୍‌ ପ୍ରତିଦିନ ସକାଳୁ ଖାଲିପେଟରେ ଗୋଟିଏ ସେଓ ଖାଆନ୍ତୁ। ଫଳରେ ଆପଣଙ୍କର ପେଟ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଦୂର ହେବ।

Comment