ଓଡ଼ିଶାଲାଇଭ୍‌ ବ୍ୟୁରୋ

(କୋଣାର୍କରୁ ଆଦିତ୍ୟ ବିଶ୍ୱାଳ): ନୂତନ ବର୍ଷର ପ୍ରଥମ ସୂର୍ଯ୍ୟ ଉଦୟ ଦେଖିବା ପାଇଁ କୋଣାର୍କ ଚନ୍ଦ୍ରଭାଗା କୂଳରେ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ଼ ଲାଗିଥିଲା। ଅନ୍ୟ ବର୍ଷ ଅପେକ୍ଷା ଚଳିତ ବର୍ଷ ଭୋର ପ୍ରାୟ ୪ ଟାରୁ ଦେଶ ବିଦେଶରୁ ଅନେକ ପର୍ଯ୍ୟଟକଙ୍କୁ ଦେଖିବାକୁ ମିଳିଥିଲା।

ମାତ୍ର ଖରାପ ପାଗ ଯୋଗୁଁ ସୂଯ୍ୟ ଉଦୟରେ ବିଳମ୍ବ ହୋଇଥିଲା। ଫଳରେ ଅନେକ ପର୍ଯ୍ୟଟକ ସୂର୍ଯ୍ୟ ଉଦୟ ନଦେଖି ପାରି ନିରାଶ ହୋଇ ଫେରି ଯାଇଥିଲେ।

ସକାଳ ପ୍ରାୟ ୬ଟା ୩୫ ମିନିଟ୍ ସମୟରେ ସୂର୍ଯ୍ୟ ଉଦୟ ହେଲା ବେଳକୁ ମାତ୍ର ଅଳ୍ପ କିଛି ପର୍ଯ୍ୟଟକ ସୂର୍ଯ୍ୟ ଦର୍ଶନ କରିଥିଲେ। ସୂର୍ଯ୍ୟଙ୍କ ଦର୍ଶନ କରି ପର୍ଯ୍ୟଟକମାନେ ଆନନ୍ଦିତ ହୋଇଥିଲେ।

Comment