ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ସୁଧୁରୁନି ସ୍ୱାସ୍ଥ୍ୟସେବା। ଯେତେ ଦାବି କଲେ ବି ସ୍ଥାୟୀ ପ୍ରତିକାର ହେଉନି। ଏହାର ପ୍ରତିବାଦରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମେଡିକାଲ ପରିସରରେ ଧାରଣାରେ ବସିଛନ୍ତି। ବହୁ ସମର୍ଥକ ମଧ୍ୟ ଧାରଣାରେ ଯୋଡ଼ି ହୋଇଛନ୍ତି। ବିଳମ୍ବିତ ରାତି ଯାଏଁ ଧାରଣା ଚାଲିଥିଲା।

ଦୀର୍ଘ ଦିନ ହେଲା ବାଲେଶ୍ୱର ମେଡିକାଲରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇ ଯାଇଛି। ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଅନେକ ଥର ମେଡିକାଲ କରିଦର୍ଶନରେ ଯାଇ ସ୍ୱାସ୍ଥ୍ୟସେବା ଯାଞ୍ଚ କରି ଅସନ୍ତୋଷ ପ୍ରକାଶ କରିଥିଲେ। ସ୍ଥାୟୀ ପ୍ରତିକାର ପାଇଁ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ। ହେଲେ ସ୍ଥିତି ନସୁଧୁରିବାରୁ କେନ୍ଦ୍ରମନ୍ତ୍ରୀ ବୁଧବାର ରାତି ସାଢ଼େ ୯ଟାରୁ ଧାରଣାରେ ବସିଥିଲେ।

ଏ ସମ୍ପର୍କରେ ଖବର ପାଇବା ପରେ ବାଲେଶ୍ଵର ଜିଲ୍ଲାପାଳ ଧାରଣାସ୍ଥଳରେ ପହଞ୍ଚି କେନ୍ଦ୍ରମନ୍ତ୍ରୀଙ୍କୁ ବୁଝାସୁଝା କରିଥିଲେ। ହେଲେ କୌଣସି ନିଷ୍କର୍ସ ନବାହାରିବାରୁ କେନ୍ଦ୍ରମନ୍ତ୍ରୀ ଧାରଣା ଜାରି ରଖିଥିଲେ।

Comment