ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲୋକଙ୍କ ସୁବିଧା ଏବଂ ଆଇନର ସୁପରିଚାଳନା ପାଇଁ କମିସନରେଟ୍ ପୋଲିସ ସଂକଳ୍ପବଦ୍ଧ। କମସିନରେଟ ପୋଲିସର ପ୍ରତିଷ୍ଠା ଦିବସରେ ଏକଥା କହିଛନ୍ତି ପୋଲିସ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ।

ଆଗାମୀ ଦିନରେ ଲୋକଙ୍କୁ ସୁବିଧା ଯୋଗାଇ ଦେବା ପାଇଁ କମିସନରେଟ୍‌ ପୋଲିସ ବହୁ ପଦକ୍ଷେପ ନେବାକୁ ଯାଉଛି।

ଆଗାମୀ ଦିନରେ ଭୁବନେଶ୍ୱର କଟକକୁ ସିସିଟିଭି ନଜରରେ ରଖାଯିବ ଓ ଟୁଇନ ସିଟିରେ ପୋଲିସର କାର୍ଯ୍ୟକାରିତାକୁ ଦେଖାଇବାକୁ ଉଦ୍ୟମ କରାଯିବ ବୋଲି ପୋଲିସ କମିସନର କହିଛନ୍ତି।

‘‘ଲୋକଙ୍କ ପାଇଁ ଖୁବଶୀଘ୍ର ଏକ ଉଚ୍ଚମାନର ଏମରଜେନ୍ସି ରେସପନ୍ସ ସିଷ୍ଟମ୍‌ ସୃଷ୍ଟି କରାଯିବ। ବରିଷ୍ଠ ନାଗରିକ ପାଇଁ କମିସନରେଟ୍‌ ପୋଲିସ ନିଜ କାର୍ଯ୍ୟକ୍ରମକୁ ଆହୁରି ଅଧିକ ସକ୍ରିୟ କରିବ’’, କହିଛନ୍ତି ସୁଧାଂଶୁ ଷଡ଼ଙ୍ଗୀ।

ସେହିପରି କମିସନରେଟ ପୋଲିସ ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଜିଠୁ ଓମେନ୍‌ ଏମପାଓ୍ୱାରମେଣ୍ଟ ଫର୍‌ ଜେଣ୍ଡର ସେନ୍‌ସେଟିଭ୍‌ ପଲିସିଙ୍ଗ୍‌ କାର୍ଯ୍ୟକ୍ରମର ଆରମ୍ଭ କରିଛି।

Comment