ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୟୂରଭଞ୍ଜ: ବାରିପଦା ସହର ସାପ୍ତାହିକ ହାଟରୁ ୧୪ଟି ବିଲୁପ୍ତ ପ୍ରଜାତିର ଅଶ୍ୱ ଖୁରାକୃତିର ସାମୁଦ୍ରିକ କଙ୍କଡ଼ାକୁ ଉଦ୍ଧାର କରାଯାଇଛି। ଏତିରୁ ୨ଟି ମୃତ୍ୟୁ ହୋଇଥିବା ବାକି ୧୨ଟି ଜୀବନ୍ତ ଥିବା ଜଣାପଡ଼ିଛି। ପଶ୍ଚିମବଙ୍ଗରୁ ସୁନିଲ ବିଶ୍ୱାସ ନାମକ ଜଣେ ବ୍ୟକ୍ତି ଏହି କଙ୍କଡ଼ାଗୁଡ଼ିକୁ ଆଣି ବାରିପଦାରେ ବିକ୍ରି କରୁଥିଲେ। ଖବର ପାଇ ବାରିପଦା ବନ ବିଭାଗର ଏକ ଟିମ୍‌ ଏହି ବିଲୁପ୍ତ ପ୍ରଜାତିର କଙ୍କଡ଼ାଗୁଡ଼ିକୁ ଉଦ୍ଧାର କରିଛି।

ଏହି କଙ୍କଡ଼ାଗୁଡ଼ିକର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି। ପୋଲିସ୍‌ ବ୍ୟକ୍ତିଜଣଙ୍କୁ ଅଟକ ରଖି କଙ୍କଡ଼ା ଚୋରାଚାଲାଣ ରାକେଟ୍‌ର ଚେର ଧରିବାକୁ ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗର ବର୍ଦ୍ଧମାନ ଅଞ୍ଚଳର ସୁନିଲ ବିଶ୍ୱାସ ନିଜ ସାଥୀଙ୍କ ସହ ବିଲୁପ୍ତ ପ୍ରଜାତିର କଙ୍କଡ଼ାକୁ ଆଣି ଲେଶକଙ୍କୁ ଭୁଆଁ ବୁଲାଉଥିଲେ। କଙ୍କଡ଼ାରୁ ନୀଳ ରକ୍ତ ବାହାରୁଥିବା କହି ଲୋକଙ୍କୁ ଠକେଇ ନକଲି କେମିକାଲକୁ ବିକ୍ରି କରୁଥିଲେ।

ଏବିଷୟରେ ଖବର ପାଇଁ ବାରିପଦା ବନ ବିଭାଗ ଚଢ଼ାଉ କରି କଙ୍କଡ଼ାଗୁଡ଼ିକୁ ଉଦ୍ଧାର କରିଛି। ଏହି ବିଲୁପ୍ତ କଙ୍କଡ଼ାଗୁଡ଼ିକ ସିଡୁଲ-୪ ପ୍ରଜାତିର ବୋଲି ବାରିପଦା ବନବିଭାଗ ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ପିଠାବଟା ରେଞ୍ଜ୍‌ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/IRipWbC83HpD1JetdjgdJX

Comment