ଓଡ଼ିଶାଲାଇଭ୍‌ ବ୍ୟୁରୋ

(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ପୁଣି ଖାକିରେ ଲାଗିଲା ଦାଗ। ବଳଙ୍ଗା ଥାନାରେ କାର୍ଯ୍ୟରତ ଏଏସ୍‌ଆଇଙ୍କ ନାଁରେ ସଙ୍ଗୀନ ଅଭିଯୋଗ। ଏଏସ୍‌ଆଇଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ମହିଳା। ପିପିଲି ଏସଡିପିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି ଜଣେ ମହିଳା। ଏଏସ୍‌ଆଇ ଜଣକ ହେଉଛନ୍ତି ପୁରୀ ବଳଙ୍ଗା ଥାନାର ଚିତ୍ତରଞ୍ଜନ ଦାସ।

ପାରିବାରିକ କଳହ ଯୋଗୁଁ ମହିଳା ଜଣକ ବଳଙ୍ଗା ଥାନାରେ ଏତଲା ଦେଇଥିଲେ। ପରେ ଏନେଇ ଏଏସ୍‌ଆଇ ଜଣକ ତାଙ୍କୁ ଆଜି କ୍ଵାଟରକୁ ଡାକି ଦୁଷ୍କର୍ମ କରିଥିବା ମହିଳା ଜଣକ ପିପିଲି ଏସ୍‌ଡିପିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛନ୍ତି ଏସ୍‌ଡିପିଓ।

କିଛିଦିନ ତଳେ ପୁରୀ ନିମାପଡ଼ା ଅଞ୍ଚଳରୁ ମଧ୍ୟ ପୋଲିସ ନାଁରେ ଏଭଳି ଅଭିଯୋଗ ଆସିଥିଲା। ଜଣେ ନାବାଳିକାକୁ ପୋଲିସ କନଷ୍ଟେବଲ ଜିତେନ୍ଦ୍ର ସେଠୀ ଓ ତାଙ୍କ ସହଯୋଗୀମାନେ ନିମାପଡ଼ାରୁ ଉଠାଇ ନେଇ ପୁରୀ ନିକଟ ପୋଲିସ କ୍ଵାର୍ଟର୍ସରେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା।

Comment