ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଶାସନିକ ସ୍ତରରେ ଗୁରୁବାର ଏକ ବଡ଼ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର।
ନିକୁଞ୍ଜ ବିହାରୀ ଧଳଙ୍କୁ ସ୍ୱାସ୍ଥ୍ୟ ବିଭାଗର ସଚିବ ଭାବେ ଦାୟିତ୍ୱ।
ପ୍ରମୋଦ ମେହେର୍ଦ୍ଦା ହେଲେ ବାଣିଜ୍ୟ ଓ ପରିବହନ ବିଭାଗର ସଚିବ।
ପରିବହନ ବିଭାଗ ସହ ପ୍ରମୋଦ ମେହେର୍ଦ୍ଦାଙ୍କୁ କୃଷି ବିଭାଗର ଅତିରିକ୍ତ ଦାୟିତ୍ୱ।
ପ୍ରଦୀପ୍ତ ମହାପାତ୍ରଙ୍କୁ ରାଜସ୍ୱ ବିଭାଗର ଅତିରିକ୍ତ ଦାୟିତ୍ୱ।
ଆଇପିଏସ୍ ଅରୁଣ ବୋଥ୍ରାଙ୍କୁ ଓଏସ୍ଆରଟିସିର ଏମଡି ଭାବେ ଅତିରିକ୍ତ ଦାୟିତ୍ୱ।
ୟେଦୁଲା ବିଜୟ ହେଲେ ଯୋଜନା ସଂଯୋଜନା ବିଭାଗ ଉପ-ସଚିବ।
ଦିବ୍ୟଜ୍ୟୋତି ପରିଡ଼ା ହେଲେ ରାଉରକେଲା ମହାନଗର ନିଗମ କମିସନର।
ଦିବ୍ୟଜ୍ୟୋତିଙ୍କୁ ରାଉରକେଲା ସ୍ମାର୍ଟସିଟି ସିଇଓ ଭାବେ ଅତିରିକ୍ତ ଦାୟିତ୍ୱ।