ଓଡ଼ିଶାଲାଇଭ୍‌ ବ୍ୟୁରୋ

(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ବିନା ଡାକ୍ତରରେ ଚାଲିଛି ଅସ୍ତରଙ୍ଗ ମେଡିକାଲ। ପୁରୀ ଜିଲ୍ଲାର ଅସ୍ତରଙ୍ଗ ବ୍ଲକରେ ପ୍ରାୟ ୧୫ଟି ପଞ୍ଚାୟତର ୧ଲକ୍ଷରୁ ଅଧିକ ଜନସାଧାରଣ ଅସ୍ତରଙ୍ଗ ମେଡିକାଲ ଉପରେ ନିର୍ଭର କରିଥାନ୍ତି। ହେଲେ ମେଡିକାଲରେ ଜଣେ ହେଲେ ସ୍ଥାୟୀ ଡାକ୍ତର ନାହାନ୍ତି। ଅସ୍ତରଙ୍ଗ ବ୍ଲକର ତନପୁର ଉପସ୍ଵାସ୍ଥ୍ୟ କେନ୍ଦ୍ରର ଡାକ୍ତର ଅସ୍ତରଙ୍ଗ ମେଡିକାଲର ଇନଚାର୍ଜ ଭାବେ କାର୍ଯ୍ୟ କରୁଛନ୍ତି।

ମେଡିକାଲରେ ଶିଶୁ ବିଶେଷଜ୍ଞ, ଅସ୍ଥିଶଲ୍ୟ, ପ୍ରସୂତି, ମେଡିସିନ ଡାକ୍ତର ଓ ଚକ୍ଷୁ ସହାୟକ ପଦ ମଧ୍ୟ ଖାଲି ପଡ଼ିଛି ହେଲେ କୌଣସି ଡାକ୍ତର କିମ୍ଵା କର୍ମଚାରୀ ନାହାନ୍ତି। ସାଧାରଣ ଲୋକ ରାଜ୍ୟ ସରକାରଙ୍କ ପକ୍ଷରୁ ଖୋଲା ଯାଇଥିବା ନିରାମୟ ଯୋଜନାରୁ ମେଡିସିନ ପାଇବାରୁ ବଞ୍ଚିତ ହେଉଛନ୍ତି।

କୌଣସି ଗୁରୁତର ରୋଗୀ ମେଡିକାଲ ଆସିଲେ ସ୍ଵାସ୍ଥ୍ୟ ସେବା ପାଇବାରୁ ସମ୍ପୂର୍ଣ୍ଣ ବଞ୍ଚିତ ହେଉଛନ୍ତି। ମେଡିକାଲ କର୍ମଚାରୀ ଓ ଡାକ୍ତରଙ୍କ ପାଇଁ ରହିବା ପାଇଁ ମଧ୍ୟ କୌଣସି କ୍ଵାଟର ବ୍ୟବସ୍ଥା ନାହିଁ। ଯେଉଁଥିପାଇଁ ଲୋକମାନଙ୍କ ସହ ଏଠାରେ କାର୍ଯ୍ୟ କରୁଥିବା କର୍ମଚାରୀ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ସବୁ ଅସୁବିଧାର ତୁରନ୍ତ ସମାଧାନ ପାଇଁ ସାଧାରଣରେ ଦାବି ହେଉଛି।

Comment