ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର ଓ ନିମାପଡ଼ାର କିଛି ଅଞ୍ଚଳରେ ଆଜି ବିଦ୍ୟୁତ୍ ସେବା ବନ୍ଦ ରହିବ। ବିଦ୍ୟୁତ୍ ମରାମତି କାମ ପାଇଁ ଏହି ସ୍ଥାନମାନଙ୍କରେ ପାୱାର କଟ୍ କରାଯିବ ବୋଲି ସେସୁ ପକ୍ଷରୁ ସୂଚନା ଦିଆଯାଇଛି।

ସେସୁର ସୂଚନା ଅନୁସାରେ, ଆଜି ଭୁବନେଶ୍ୱରର ଦାରୁଠେଙ୍ଗ, ଚନ୍ଦକା ଓ କୁଜିମହଲ ଅଞ୍ଚଳରେ ବିଦ୍ୟୁତ ସେବା ସକାଳ ୯ ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ବନ୍ଦ ରହିବ। ସେହିପରି କେସୁରା, କୋରଡ଼ାକାନ୍ତ, କମାଣ ଆଦି ଅଞ୍ଚଳର ବିଦ୍ୟୁତ ଉପଭୋକ୍ତା ସକାଳ ୯ଟାରୁ ଦିନ ୩ଟା ପର୍ଯ୍ୟନ୍ତ ବିଜୁଳି ପାଇବାରୁ ବଞ୍ଚିତ ହେବେ।

ଅନ୍ୟପଟେ ନିମାପଡ଼ା ଅଞ୍ଚଳରେ ମଧ୍ୟ ଆଜି ପାୱାର କଟ୍ କରାଯିବ। ଏହି ଅଞ୍ଚଳର ଦାଣ୍ଡମୁକୁନ୍ଦପୁର, ଅବଳପୁର, ମୁର୍ଦ୍ଧନୀପୁର, ଡେଲାଙ୍ଗ, ପିପିଲି ବଜାର, ହରିପୁର ଓ ରାଜାସ ଅଞ୍ଚଳରେ ସକାଳ ୯ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ବିଦ୍ୟୁତ ସେବା ବନ୍ଦ ରହିବ।

Comment