ଓଡ଼ିଶାଲାଇଭ୍‌ ବ୍ୟୁରୋ

କମିସନରେଟ ପୋଲିସ ମୁଖ୍ୟାଳୟ ନାଁ ଏବେ ‘ପୋଲିସ ସେବା ଭବନ’ ହେବ। ଭୁବନେଶ୍ୱର-କଟକ କମିସନରେଟ ପୋଲିସ ପ୍ରତିଷ୍ଠା ଦିବସରେ ପୋଲିସ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ଏହା ଘୋଷଣା କରିଛନ୍ତି।

କମିସନରେଟ ପୋଲିସକୁ ଆଜି ୧୧ ବର୍ଷ ପୂରିଛି। ଏହି ଅବସରରେ ଭୁବନେଶ୍ୱର ସପ୍ତମ ବାଟାଲିୟନ ପୋଲିସ ପଡ଼ିଆରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହୋଇଛି। ଏହି କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ସୁଧାଂଶୁ ଷଡ଼ଙ୍ଗୀ କମିସନରେଟ ପୋଲିସର ୧୧ ବର୍ଷ ପୂର୍ତ୍ତି ଅବସରରେ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

‘‘୧୧ ବର୍ଷ ମଧ୍ୟରେ କମିସନରେଟ ପୋଲିସ ଜନମାନସରେ ଏକ ନିଆରା ପରିଚୟ ସଷ୍ଟି କରିଛି। ଦକ୍ଷତାର ସହ କାର୍ଯ୍ୟ କରି ଜନସାଧାରଣଙ୍କ ଆସ୍ଥାଭାଜନ ହୋଇପାରିଛି। ଆମ କର୍ମଚାରୀମାନେ ଖରା, ବର୍ଷା, ଶୀତ କାକର ଦିନ ରାତି ଉଦ୍ୟମ କରି ଲୋକଙ୍କୁ ସେବା ପ୍ରଦାନ କରିଛନ୍ତି’’, କହିଛନ୍ତି ସୁଧାଂଶୁ ଷଡ଼ଙ୍ଗୀ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମ ପୋଲିସ, ଆମ ସୁରକ୍ଷା ଓ ଏହା ଆମର ନୂଆ ଚିନ୍ତାଧାରା।

Comment