ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିମାପଡ଼ା ସବ ଜେଲ୍‌ ଗଲେ ନିଲମ୍ଵିତ ବଳଙ୍ଗା ଥାନା ଏଏସ୍‌ଆଇ ଚିତ୍ତରଞ୍ଜନ ଦାଶ। ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ ଏଏସ୍‌ଆଇଙ୍କୁ ଜେଲ୍‌ ପଠାଇ ଦିଆଯାଇଛି। ଏଏସ୍‌ଆଇଙ୍କୁ ଶନିବାର ନିମାପଡ଼ା ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଯାଇଥିଲା। ତାଙ୍କୁ ଜଣେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ କରାଯାଇଥିଲା।

ଦୁଷ୍କର୍ମ ଅଭିଯୋଗ ପରେ ଏଏସ୍‌ଆଇଙ୍କୁ ଶୁକ୍ରବାର ଗିରଫ କରାଯାଇଥିଲା। ପରେ ଶନିବାର ସକାଳୁ ତାଙ୍କୁ କାର୍ଯ୍ୟରୁ ନିଲମ୍ଵନ କରାଯାଇଥିଲା। ମହିଳାଙ୍କ ଅଭିଯୋଗ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ପାରିବାରିକ କଳହ ଯୋଗୁଁ ମହିଳା ଜଣକ ବଳଙ୍ଗା ଥାନାରେ ଏତଲା ଦେଇଥିଲେ। ପରେ ଏନେଇ ଏଏସ୍‌ଆଇ ଜଣକ ତାଙ୍କୁ କ୍ଵାଟରକୁ ଡାକି ଦୁଷ୍କର୍ମ କରିଥିବା ମହିଳା ଜଣକ ଗୁରୁବାର ପିପିଲି ଏସ୍‌ଡିପିଓଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଥିଲେ ଏସ୍‌ଡିପିଓ।

ବର୍ତ୍ତମାନ ଏହି ଘଟଣାକୁ ନେଇ ଭିନ୍ନ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି। ବୟାନ ରେକର୍ଡ ବେଳେ ମହିଳା ଜଣକ ଦୁଷ୍କର୍ମ କଥା କହି ନଥିବା ପୁରୀ ଏସ୍‌ପି କହିଛନ୍ତି। ହେଲେ ଏସ୍‌ପି ମିଛ କହୁଛନ୍ତି ବୋଲି ମହିଳା ଜଣକ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ବର୍ତ୍ତମାନ ଦ୍ଵନ୍ଦ ସୃଷ୍ଟି ହୋଇଛି। ଅଧିକ ତଦନ୍ତ ପରେ ଏହି ଘଟଣାର ସତ୍ୟତା ସମ୍ନାକୁ ଆସିପାରେ।

Comment