ଓଡ଼ିଶାଲାଇଭ୍ ବ୍ୟୁରୋ
ରବିବାରଠାରୁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଟି-୨୦ ସିରିଜ୍ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ଶ୍ରୀଲଙ୍କା ଦଳ ଗୁଆହାଟୀରେ ପହଞ୍ଚିସାରିଲାଣି। ଏହି ସିରିଜରେ କିଏ ଜିତାପଟ ହାସଲ କରିବ ଏବେ ତାକୁ ନେଇ ଚର୍ଚ୍ଚା ହେଉଛି।
ଘରୋଇ ପରିବେଶ ସହ ଏହି ସିରିଜରେ ଭାରତ ଫେଭରେଟର ମାନ୍ୟତା ପାଇସାରିଛି। କିନ୍ତୁ ଶ୍ରୀଲଙ୍କା ମଧ୍ୟ ନିଜର ଯୁବ ବାହିନୀ ସହ ଟିମ୍ ଇଣ୍ଡିଆକୁ ମାତ୍ ଦେବାକୁ ଲକ୍ଷ୍ୟ ରଖିଛି। ଗୋଟିଏ କଥା କିନ୍ତୁ ଭାରତୀୟ କ୍ରିକେଟ୍ ପ୍ରଂଶସକକୁ ଖୁସି ଦେବ ଯେ, ଯେତେଦିନ ହେଲା ଟିମ୍ ଇଣ୍ଡିଆର କ୍ୟାପଟେନ୍ ବିରାଟ କୋହଲି ଅନ୍ତର୍ଜାତୀୟ କ୍ରିକେଟରେ ପ୍ରବେଶ କଲେଣି, ସେହି ଦିନଠୁ ଭାରତ କଦାପି ଶ୍ରୀଲଙ୍କାଠାରୁ ସିରିଜ୍ ହାରିନି।ବିରାଟ କୋହଲି ୨୦୦୮ ମସିହାରେ ଶ୍ରୀଲଙ୍କା ବିପକ୍ଷରେ ନିଜର ଅନ୍ତର୍ଜାତୀୟ କ୍ୟାରିଅର ଆରମ୍ଭ କରିଥିଲେ। ଏହାପରଠାରୁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମୋଟ୍ ୧୮ଟି ସିରିଜ ଖେଳାଯାଇଛି। ସେଥିମଧ୍ୟରୁ ଭାରତ ୧୬ଟି ସିରିଜରେ ଜିତାପଟ ହାସଲ କରିବା ସହ ଦୁଇଟି ସିରିଜ ଡ୍ର’ରେ ଶେଷ ହୋଇଛି।
୨୦୦୮ରୁ ୨୦୧୯ ପର୍ଯ୍ୟନ୍ତ ଭାରତ ଓ ଶ୍ରୀଲଙ୍କା ଭିତରେ ମୋଟ ୫ଟି ଟେଷ୍ଟ ସିରିଜ, ୭ଟି ଦିନିକିଆ ସିରିଜ୍ ଓ ୬ଟି ଟି-୨୦ ସିରିଜ୍ ଖେଳାଯାଇଛି। ସେଥିମଧ୍ୟରୁ ଭାରତ ୧୬ଟିରେ ବିଜୟୀ ହେବା ସହ ୨ଟି ସିରିଜ୍ ଡ୍ର’ରେ ଶେଷ ହୋଇଛି।