ଓଡ଼ିଶାଲାଇଭ୍ ବ୍ୟୁରୋ

ଗର୍ଲଫ୍ରେଣ୍ଡଙ୍କ ସହ ନଜର ଆସିଲେ ଭାରତୀୟ କ୍ରିକେଟ୍ ଟିମର ଯୁବ ୱିକେଟ କିପର ରିଷଭ ପନ୍ଥ। ନୂଆବର୍ଷରେ ନିଜର ଗର୍ଲଫ୍ରେଣ୍ଡଙ୍କ ସହ ବୁଲିବା ବେଳର କିଛି ଫଟୋକୁ ରିଷଭ ନିଜର ସୋସିଆଲ୍ ମିଡିଆ ଆକାଉଣ୍ଟରେ ସେଆର କରିଛନ୍ତି।

ନୂଆବର୍ଷରେ ରିଷଭ ଓ ତାଙ୍କର ଗର୍ଲଫ୍ରେଣ୍ଡ୍ ଇଶା ନେଗି ଏକ ବରଫାବୃତ ଅଞ୍ଚଳରେ ଫଟୋ ଉଠାଇଥିବା ଦେଖିବାକୁ ମିଳିଛି। ଏହି ଫଟୋକୁ ସେଆର କରି ରିଷଭ ଲେଖିଛନ୍ତି ଯେ, ତୁମ ସହ ରହିବା ମୋତେ ବହୁତ ଖୁସି ଦିଏ। ଏଥିସହିତ ରିଷଭଙ୍କ ଗର୍ଲଫ୍ରେଣ୍ଡ୍ ଇଶା ମଧ୍ୟ ତାଙ୍କର ସୋସିଆଲ୍ ମିଡିଆରେ ଏହି ଫଟୋକୁ ସେଆର କରିଛନ୍ତି। ଏହି ଫଟୋରେ ସେମାନେ ପାଞ୍ଚ ବର୍ଷ ଧରି ସମ୍ପର୍କରେ ରହିଥିବା ସେ ଲେଖିଛନ୍ତି।

ଇଶା ଜଣେ ଇଣ୍ଟେରିୟର ଡିଜାଇନର ହୋଇଥିଲାବେଳେ ବର୍ତ୍ତମାନ ସେ ଦିଲ୍ଲୀରେ କାମ କରୁଛନ୍ତି। ଦୁହେଁ ଗତ ପାଞ୍ଚ ବର୍ଷ ଧରି ରିଲେସନସିପରେ ରହିଥିବା ଜାଣିବାକୁ ମିଳିଛି। ରିଷଭଙ୍କ ପୂର୍ବରୁ ଭାରତୀୟ କ୍ରିକେଟ୍ ଟିମର କ୍ୟାପଟେନ୍ ବିରାଟ କୋହଲି ଓ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନିଜ ନିଜର ପତ୍ନୀ ଓ ଗର୍ଲଫ୍ରେଣ୍ଡଙ୍କ ସହ ନୂଆବର୍ଷ କାଟି ଏହାର ଫଟୋକୁ ସୋସିଆଲ ମିଡିଆରେ ସେଆର କରି ସାରିଛନ୍ତି। ଏହି ଫଟୋକୁ ଲୋକମାନେ ମଧ୍ୟ ବେଶ୍ ପସନ୍ଦ କରୁଥିବା ଦେଖିବାକୁ ମିଳିଛି।

Comment