ଓଡ଼ିଶାଲାଇଭ୍‌ ବ୍ୟୁରୋ

OSSCରେ ଚାକିରି ସୁଯୋଗ। ୩୪ଟି ଅବକାରୀ ସବ୍‌ଇନ୍ସପେକ୍ଟର ପାଇଁ କରିପାରିବେ ଆବେଦନ।

ରାଜ୍ୟ ଅବକାରୀ କମିସନ୍‌ ଅଧିନରେ ୩୪ଟି ସବ୍‌-ଇନ୍ସପେକ୍ଟର ପଦବୀରେ ନିଯୁକ୍ତି ସୁଯୋଗ। ଏନେଇ ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିସନ ପକ୍ଷରୁ ସୂଚନାତ୍ମକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଇଚ୍ଛୁକ ପ୍ରାର୍ଥୀ ଅନଲାଇନରେ ଆବେଦନ କରିପାରିବେ।

ପଦବୀ

  • ସାଧାରଣ ବର୍ଗ – ୧୨
  • ଏସସି – ୧୦
  • ଏସଟି – ୧୨

ଶିକ୍ଷାଗତ ଯୋଗ୍ୟତା

ପ୍ରାର୍ଥୀ ଯେକୌଣସି ବିଷୟରେ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।

ବୟସ

  • ପ୍ରାର୍ଥୀଙ୍କ ବୟସ ୨୧ରୁ ୩୨ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ।
  • ଏସସି, ଏସଟି, ଏସଇବିସି, ମହିଳା, ପିଡବ୍ଲୁଡି ଓ ଏକ୍ସ ସର୍ଭିସମେନଙ୍କ ପାଇଁ ନିୟମ ଅନୁସାରେ ବୟସ ସୀମା କୋହଳ କରାଯିବ।

ଦରମା

୧୦,୦୦୦/-

ଚୟନ ପ୍ରକ୍ରିୟା

  • ଲିଖିତ ପରୀକ୍ଷା
  • ଶାରୀରିକ ପରୀକ୍ଷା
  • ସାକ୍ଷାତକାର

ଆବେଦନ ଫି’

  • ଆବେଦନ ପାଇଁ ପ୍ରାର୍ଥୀଙ୍କୁ ୨୦୦ ଟଙ୍କା ଫି’ ଦେବାକୁ ପଡ଼ିବ।
  • ଏହି ପରୀକ୍ଷା ଫି’ରୁ ଏସସି,ଏସଟି ପ୍ରାର୍ଥୀମାନଙ୍କୁ ବାଦ ଦିଆଯାଇଛି।

ଏହି ପଦବୀଗୁଡିକ ପାଇଁ ଅନଲାଇନ୍ ଆବେଦନ କରିବାକୁ ପଡିବ। ଆବେଦନ ତାରିଖ ତଥା ପଦବୀ ସଂପର୍କିତ ସବିଶେଷ ତଥ୍ୟ ossc.gov.in ରେ ଲଗଇନ୍ କରି ଆଗ୍ରହୀ ପ୍ରାର୍ଥୀ ଜାଣିପାରିବେ।

Comment