ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରକାଶ ପାଇଛି ୨୦୧୮ ଓଏଏସ୍‌ ରେଜଲ୍ଟ। ମୋଟ୍‌ ୨୧୮ ଜଣ ପ୍ରାର୍ଥୀ ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଦେବାଶିଷ ପଣ୍ଡା ଟପ୍ପର ହୋଇଛନ୍ତି। ରେଜଲ୍ଟ ଜାଣିବା ପାଇଁ ପ୍ରାର୍ଥୀ ଓ୍ଵେବସାଇଟ୍‌ www.opsc.gov.in କୁ ଯାଇପାରିବେ।

ଅନ୍ୟମାନଙ୍କ ମଧ୍ୟରେ ଋତୁପର୍ଣ୍ଣା ମହାପାତ୍ର ଦ୍ଵିତୀୟ, ଆକାଶ କୁମାର ପଣ୍ଡା ତୃତୀୟ, ସନ୍ତୋଷିନୀ ଦାଶ ଚତୁର୍ଥ, ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡା ପଞ୍ଚମ, ଶକ୍ତିଶ୍ରୀ ଅନୀଲ ରଞ୍ଜନ ସାହୁ ଷଷ୍ଠ, ଶତାବ୍ଦୀ ରାୟ ସପ୍ତମ, ଦମୟନ୍ତୀ ସାହୁ ଅଷ୍ଟମ, ଶକ୍ତି ମହାପାତ୍ର ନବମ ଓ ସ୍ମରଣିକା ତୁଳ ଦଶମ ସ୍ଥାନରେ ରହିଛନ୍ତି।

୨୦୧୮ରେ ହୋଇଥିବା ଏହି ପରୀକ୍ଷାରେ ୨୧୮ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୭୨ ଜଣ ମହିଳା ରହିଛନ୍ତି।

Comment