ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରବଳ ଶୀତ ଯୋଗୁଁ ଅଧିକାଂଶ ଲୋକ ସକାଳୁ ମର୍ଣ୍ଣିଂ ଓ୍ୱାକ୍‌ କରନ୍ତି ନାହିଁ। ଶରୀରକୁ ଗରମ ରଖିବା ପାଇଁ ଘିଅ ଏବଂ ଅନ୍ୟ ଖାଦ୍ୟ ଖାଇଥା’ନ୍ତି ଫଳରେ ଓଜନ ବି ବଢ଼ିଥାଏ। ତେବେ ଏହି ଓଜନ ରୋକିବା ପାଇଁ ଆପଣ କିଛି ଟିପ୍ସ ଆପଣେଇ ପାରିବେ। ଯାହାଫଳରେ ଆପଣଙ୍କ ଓଜନ ନିୟନ୍ତ୍ରଣରେ ରହିବ।

ଲେମ୍ବୁ ଓ ଉଷୁମ ପାଣି ପିଅନ୍ତୁ

ଯଦି ଆପଣ ମର୍ଣ୍ଣିଂ ଓ୍ୱାକରେ ଯାଇ ପାରୁନାହାନ୍ତି ତେବେ ଆପଣ ସକାଳୁ ଉଠି ଉଷୁମ ପାଣିରେ ଲେମ୍ବୁ ମିଶାଇ ପାରିବେ। ଲେମ୍ବରେ ଥିବା ଭିଟାମିନ ସି ଓ ପୋଟାସିୟମ ଓଜନକୁ ନିୟନ୍ତ୍ରଣ ରଖିବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ।

ଘରେ କରନ୍ତୁ ବ୍ୟାୟାମ

ଯଦି ଥଣ୍ଡା ଯୋଗୁଁ ଆପଣ ଘରୁ ବାହାରକୁ ଯାଇ ପାରୁନାହାନ୍ତି ତାହେଲେ ନିଜ ଘରେ ୧୦ ମିନିଟ ସ୍କିପିଂ କରନ୍ତୁ। ଏଥିସହିତ ଘରେ ଆପଣ ସୂର୍ଯ୍ୟ ନମସ୍କାର କରିପାରିବେ। ଅନ୍ୟାନ୍ୟ ବ୍ୟାୟାମ ମଧ୍ୟ କରିପାରିବେ। ମର୍ଣ୍ଣିଂ ଓ୍ୱାକ ବଦଳରେ ବ୍ୟାୟାମ ଆପଣଙ୍କୁ ଓଜନ କମାଇବାରେ ସାହାଯ୍ୟ କରିବ।

ହାଲକା ଖାଦ୍ୟ ଖାଆନ୍ତୁ

ଶୀତ ଦିନରେ ଅଧିକ ଖାଇବାରୁ ନିଜକୁ ଦୂରେଇ ରଖନ୍ତୁ। ଖାସ କରି ସକାଳେ ଓ ରାତିରେ ହାଲକା ଖାଦ୍ୟ ଖାଆନ୍ତୁ। ବିଶେଷ କରି ଟମାଟୋ, ଗାଜର ଆଦି  ଖାଆନ୍ତୁ। ସାଲାଡ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଭଲ।

Comment