ଓଡ଼ିଶାଲାଇଭ୍‌ ବ୍ୟୁରୋ

(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ଆଜି ବିଭିନ୍ନ ଟ୍ରେଡ ୟୁନିୟନ ପକ୍ଷରୁ ଦେଶ ବ୍ୟାପି ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ପୁରୀ ଜିଲ୍ଲାର କୋଣାର୍କ, କାକଟପୁର, ପିପିଲି ସମେତ ଅନେକ ଜାଗାରେ ଦେଖିବାକୁ ମିଳିଛି। କୋଣାର୍କରେ ବିଭିନ୍ନ ବ୍ୟବସାୟିକ ସଂଗଠନ ବନ୍ଦ ରହିବା ସହିତ ବସ ଚଳାଚଳ ମଧ୍ୟ ବନ୍ଦ ରହିଛି।

ବନ୍ଦ ଯୋଗୁଁ କୋଣାର୍କରେ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ଆଜି କମ୍‌ ରହିଛି। ସିପିଆଇ ପକ୍ଷରୁ କୋଣାର୍କ ମନ୍ଦିର ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରାଯାଇଛି। ମନ୍ଦିର ପ୍ରସାଶନ ପକ୍ଷରୁ ସକାଳ ୬ଟାରୁ ଟିକେଟ କାଉଣ୍ଟର ଖୋଲାଯାଇଥିଲା। ହେଲେ ପରେ ସିପିଆଇ ପକ୍ଷରୁ ମନ୍ଦିର ଟିକେଟ କାଉଣ୍ଟରକୁ ବନ୍ଦ କରାଯାଇଥିଲା। ଫଳରେ କେତେକ ପର୍ଯ୍ୟଟକ ନିରାଶ ହୋଇ ଫେରିଥିଲେ।

ସେହିପରି କାକଟପୁରରେ ବିଭିନ୍ନ ସଂଘ ସହିତ ଆଶା, ଅଙ୍ଗନବାଡ଼ି ଓ ପାଚିକା ସହାୟକମାନେ କାକଟପୁରରୁ ଭୁବନେଶ୍ଵର ମୁଖ୍ୟ ରାସ୍ତାକୁ ଅବରୋଧ କରିବା ସହ ଭାରତ ବନ୍ଦ ଡାକରାକୁ ସଫଳ କରିଥିଲେ।

Comment