ଓଡ଼ିଶାଲାଇଭ୍‌ ବ୍ୟୁରୋ

OPSCରେ ଚାକିରି ସୁଯୋଗ। ୩୧ଟି ସହକାରୀ ମତ୍ସ୍ୟ ଅଧିକାରୀ ପଦବୀରେ ନିଯୁକ୍ତି। ଫେବ୍ରୁଆରି ୧୩ ତାରିଖ ପର୍ଯ୍ୟନ୍ତ କରିପାରିବେ ଆବେଦନ।

ମତ୍ସ୍ୟ  ଓ ପଶୁ ସମ୍ପଦ ବିଭାଗ ଅଧିନରେ ୩୧ଟି ସହକାରୀ ମତ୍ସ ଅଧିକାରୀ ପଦବୀ ପାଇଁ ନିଯୁକ୍ତି। ଏନେଇ ଓପିଏସ୍‌ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କେବଳ ଏସ୍‌ସି, ଏସ୍‌ଟି ପ୍ରାର୍ଥୀ ଏହି ପଦବୀ ପାଇଁ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ଫେବ୍ରୁଆରି ୧୩ ପର୍ଯ୍ୟନ୍ତ ରଖାଯାଇଛି।

ପଦବୀ

  • ଏସ୍‌ସି – ୪ ପଦବୀ (୧ ମହିଳା)
  • ଏସ୍‌ଟି – ୨୭ (୯ ମହିଳା)

ଶିକ୍ଷାଗତ ଯୋଗ୍ୟତା

ପ୍ରାର୍ଥୀ ଯେକୌଣସି ସ୍ଵିକୃତୀପ୍ରାପ୍ତ ବିଶ୍ଵବିଦ୍ୟାଳୟରୁ ଫିସେରି ସାଇନ୍ସରେ ଗ୍ରାଜୁଏସନ୍‌ ପାସ କରିଥିବା ଦରକାର।

ବୟସସୀମା

ପ୍ରାର୍ଥୀଙ୍କ ବୟସ ୨୧ରୁ ୩୭ ବର୍ଷ ହୋଇଥିବା ଦରକାର।

ଚୟନ ପ୍ରକ୍ରିୟା

  • ଲିଖିତ ପରୀକ୍ଷା
  • ସାକ୍ଷାତକାର

କେମିତି କରିବେ ଆବେଦନ?

  • ଆବେଦନ କରିବା ପୂର୍ବରୁ ଓ୍ଵେବସାଇଟ୍‌କୁ ଯାଇ ବିଜ୍ଞାପନ ଦେଖିପାରିବେ।
  • ଆବେଦନ କରିବା ପାଇଁ ଓ୍ଵେବସାଇଟ୍‌ opsconline.gov.in କୁ ଯାଇ ଆବେଦନ କରିପାରିବେ।
  • ଆବେଦନ ବେଳେ ଫର୍ମକୁ ସଠିକ ଭାବେ ପୂରଣ କରି ଆବେଦନ କରିବେ।

Comment