ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶୀତଦିନେ ଥଣ୍ଡା ପବନ ଓ ଶୁଷ୍କ ଜଳବାୟୁ ଯୋଗୁଁ ଗର୍ଭବତୀ ମହିଳାମାନେ ଅସୁବିଧାର ସମ୍ମୁଖୀନ ହୋଇଥା’ନ୍ତି। ଏଥିପାଇଁ ଗର୍ଭବତୀ ମହିଳାଙ୍କୁ ସୂର୍ଯ୍ୟକିରଣରେ ବୁଲିବାକୁ ପରାମର୍ଶ ଦିଆଯାଇଥାଏ। ଜାଣନ୍ତୁ, ଗର୍ଭବତୀ ମହିଳାଙ୍କ ପାଇଁ ସୂର୍ଯ୍ୟକିରଣର ଫାଇଦା।

ସୂର୍ଯ୍ୟକିରଣରେ ଚଲାବୁଲା କଲେ ଗର୍ଭସ୍ଥ ଶିଶୁର ଆଖିର ବିକାଶ ହୋଇଥାଏ। ଗର୍ଭସ୍ଥ ଶିଶୁ ପାଇଁ ଭିଟାମିନ୍‌ ଡିର ଆବଶ୍ୟକତା ରହିଛି ଯାହା ସୂର୍ଯ୍ୟକିରଣରୁ ମିଳିଥାଏ।

ଯେଉଁ ଗର୍ଭବତୀ ମହିଳାଙ୍କୁ ଭିଟାମିନ୍‌ ଡିର ଅଭାବ ରହିଥାଏ, ସେହି ମା’ମାନଙ୍କର ଜଲ୍‌ଦି ଗର୍ଭଧାରଣ ହେବାର ଆଶଙ୍କା ଅଧିକ ଥାଏ। ସେହି ଶିଶୁମାନଙ୍କର ଓଜନ କମ୍‌ ହୋଇଥାଏ।

ଗର୍ଭାବସ୍ଥା ସମୟରେ ଶରୀରରେ ହର୍ମୋନ ପରିବର୍ତ୍ତନ ଯୋଗୁଁ ରୋଗପ୍ରତିରୋଧକ ଶକ୍ତି କମ୍‌ ହୋଇଥାଏ। ହେଲେ ସୂର୍ଯ୍ୟକିରଣରେ ଚଲାବୁଲା କଲେ ଗର୍ଭବତୀମହିଳାଙ୍କ କ୍ଷେତ୍ରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। କାରଣ ସୂର୍ଯ୍ୟକିରଣରେ ଚଲାବୁଲା କରିବା ଦ୍ଵାରା ଶରୀରରେ ଶ୍ୱେତ ରକ୍ତକଣିକା ବୃଦ୍ଧି ପାଇଥାଏ।

ସୂର୍ଯ୍ୟକିରଣରେ ଗର୍ଭବତୀ ମହିଳାଙ୍କୁ ଭିଟାମିନ୍‌ ଡି ମିଳିଥାଏ। ଭିଟାମିନ୍‌ ଡି ଗର୍ଭସ୍ଥ ଶିଶୁର ଶାରୀରିକ ତଥା ମାନସିକ ବିକାଶ କରିବାରେ ସାହାଯ୍ୟ କରିଥାଏ। ସୂର୍ଯ୍ୟକିରଣରେ ଚଲାବୁଲା କରିବା ଫଳରେ ଶରୀରରେ ହାଡ଼, ମାଂସପେଶୀ ମଜବୁତ ହେବା ସହ କ୍ୟାଲସିୟମ୍‌ ପର୍ଯ୍ୟାପ୍ତ ପରିମାଣରେ ମିଳିଥାଏ।

କୁହାଯାଏ, ସୂର୍ଯ୍ୟକିରଣରେ ୩୦ ମିନିଟ୍‌ ବସିବା ଫଳରେ ପାଚନକ୍ରିୟା ସକ୍ରିୟ ହୋଇଥାଏ। ଗର୍ଭାବସ୍ଥା ସମୟରେ ବଦ୍‌ହଜମି ଜନିତ ସମସ୍ୟା ପାଇଁ ସୂର୍ଯ୍ୟକିରଣ ବେଶ୍‌ ଲାଭଦାୟକ।

LEAVE A REPLY

Please enter your comment!
Please enter your name here