ଓଡ଼ିଶାଲାଇଭ୍ ବ୍ୟୁରୋ

ତିନିଜଣ ଆଇଏସ୍ଆଇଏସ୍ ଆତଙ୍କବାଦୀଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ। ରାଜଧାନୀ ଦିଲ୍ଲୀ ଉପରେ ଆକ୍ରମଣ କରିବାକୁ ପ୍ଲାନ କରୁଥିବା ତିନି ଆତଙ୍କବାଦୀଙ୍କୁ ଗୁରୁବାର ପୋଲିସ ହାତରେ ଧରାପଡ଼ିଛନ୍ତି।

ଆତଙ୍କବାଦୀମାନେ ଜାନୁଆରି ୨୬ ତାରିଖ ଗଣତନ୍ତ୍ର ଦିବସରେ ରାଜଧାନୀ ଦିଲ୍ଲୀରେ ଏକ ବଡ଼ ଧରଣର ଆକ୍ରମଣ ପାଇଁ ଯୋଜନା କରୁଥିଲେ ବୋଲି ଦିଲ୍ଲୀ ପୋଲିସ୍ କହିଛି। ଏଥିସହିତ ଏହି ଆତଙ୍କବାଦୀମାନଙ୍କୁ ଗିରଫ କରିବା ପରେ ଦିଲ୍ଲୀ ଉପରୁ ଏକ ବଡ଼ ଆକ୍ରମଣ ଯୋଜନା ଫେଲ୍ ମାରିଛି ବୋଲି କୁହାଯାଉଛି।

ଏହି ଆକ୍ରମଣ ନେଇ ଦିଲ୍ଲୀ ପୋଲିସକୁ ସୂଚନା ମିଳିଥିଲା। ଏହାପରେ ସାରା ସହରରେ ପୋଲିସ୍ ପକ୍ଷରୁ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ଏହାପରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଏହି ଆତଙ୍କବାଦୀମାନଙ୍କୁ ଗିରଫ କରିଛି।

LEAVE A REPLY

Please enter your comment!
Please enter your name here