ଓଡ଼ିଶାଲାଇଭ୍ ବ୍ୟୁରୋ

ନାସନାଲ ଇନଭେସ୍ଟିଗେସନ ଏଜେନ୍ସି (ଏନଆଇଏ) ଶନିବାର ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ୪୦ରୁ ଅଧିକ ସ୍ଥାନରେ ଚଢ଼ଉ କରିଛି। ଏଥିରେ ଆତଙ୍କବାଦୀ ସଂଗଠନ ‘ଆଇଏସଆଇଏସ୍’ ଓ ଅଲ-କାଏଦା ସହ ସମ୍ପର୍କ ରଖିବା ଅଭିଯୋଗରେ ମୋଟ ୧୩ ଜଣଙ୍କୁ ଗିରଫ କରାଯାଇଛି।

ଏନଆଇଏ ଦ୍ଵାରା ଗିରଫ ହୋଇଥିବା ଅଭିଯୁକ୍ତଙ୍କଠାରୁ ଅନେକ ଟଙ୍କା, ବନ୍ଧୁକ, ଧାରୁଆ ଅସ୍ତ୍ର, ମୋବାଇଲ ଓ ଅନ୍ୟାନ୍ୟ କାଗଜପତ୍ର ଜବତ କରାଯାଇଛି। ସେମାନେ ବିଦେଶୀ ଆତଙ୍କବାଦୀଙ୍କ ସହ ମିଶି ଦେଶରେ ହିଂସାତ୍ମକ କାର୍ଯ୍ୟକଳାପକୁ ଘଟାଇବାକୁ ଯୋଜନା କରୁଥିବା ଅଭିଯୋଗ ହୋଇଛି।

ଆତଙ୍କବାଦୀ କାର୍ଯ୍ୟକଳାପ ବାବଦରେ ସୂଚନା ପାଇ ଶନିବାର ଏନଆଇଏର ଅଧିକାରୀମାନେ ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ଚଢ଼ଉ କରିଥିଲେ। ଏଥିରେ ମୁମ୍ବାଇ ନିକଟବର୍ତ୍ତୀ ଥାନେ, ମୀରା ଭାୟନ୍ଦର୍‌ ସମେତ ମହାରାଷ୍ଟ୍ରର ପୁଣେ ଓ ଅନ୍ୟାନ୍ୟ ସହରରେ ଚଢ଼ଉ ହୋଇଛି। କର୍ଣ୍ଣାଟକର ୨ଟି ସ୍ଥାନରେ ମଧ୍ୟ ଚଢ଼ଉ କରାଯାଇଛି।  

ଏହି ଚଢ଼ଉରେ ମହାରାଷ୍ଟ୍ର ଓ କର୍ଣ୍ଣାଟକ ପୋଲିସ ମଧ୍ୟ ଏନଆଇଏ ସହ ସାମିଲ ହୋଇଥିଲେ। ଏବେ ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କୁ ଏନଆଇଏ ପକ୍ଷରୁ ପଚରାଉଚରା କରାଯାଉଛି।

ନଭେମ୍ବର ମାସରେ ଏନଆଇଏ ଭାରତରେ ଆଇଏସଆଇଏସର ଏକ ବଡ଼ ଆତଙ୍କବାଦୀ ଯୋଜନାର ପର୍ଦ୍ଦାଫାସ କରିଥିଲା। ଏଥିରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା। ଉକ୍ତ ବ୍ୟକ୍ତିର ବୟାନ ଆଧାରରେ ଶନିବାର ଏନଆଇଏ ଏହି ଚଢ଼ଉ କରିଛି।

Tags: #NIARaids #TerrorLink #ISIS #Al-Qaeeda #Maharashtra #Karnataka #India

LEAVE A REPLY

Please enter your comment!
Please enter your name here