ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଆଜି ଶେଷ ଦିନ। ୧୧ ଦିନ ଧରି ଆୟୋଜନ ହେବା ପରେ ଶୁକ୍ରବାର ଏହି ଯାତ୍ରା ଶେଷ ହେବ।

ବିଶ୍ୱର ସବୁଠୁ ବଡ଼ ମୁକ୍ତାକାଶ ରଙ୍ଗମଞ୍ଚରେ ଏହି ଧନୁଯାତ୍ରା ୧୧ଦିନ ଧରି ଆୟୋଜନ ହୋଇଥାଏ। ଏହି ସମୟରେ ସାରା ବରଗଡ଼ ସହର ଉତ୍ସବ ମୁଖରିତ ହେବା ସହ ବରଗଡ଼ ସହରର ପ୍ରତ୍ୟେକ ଲୋକ ଚାଲିଯାଇଥାନ୍ତି ଦ୍ୱାପର ଯୁଗର ସେହି ଗୋପପୁର ଓ ମଥୁରା ରାଜ୍ୟକୁ।dhanu yatraଧନୁଯାତ୍ରା ସମୟରେ ବରଗଡ଼ ସହରରେ ମହାରାଜ କଂସଙ୍କ ରାଜୁତି ଚାଲିବା ସହ ଆମ୍ବପଲି ଗ୍ରାମ ଗୋପପୁର ହୋଇଥାଏ। ସେଠାରେ କୃଷ୍ଣ-ବଳରାମ ନିଜର ଲୀଳାଖେଳା କରିବା ସହ  ନିଜର ସମୟ ଅତିବାହିତ କରିଥାନ୍ତି। ଅନ୍ୟପଟେ କୃଷ୍ଣଙ୍କୁ ମାରିବା ପାଇଁ ମାମୁଁ କଂସ ଶେଷରେ ତାଙ୍କୁ ମଥୁରା ଧନୁଯାତ୍ରାକୁ ନିମନ୍ତ୍ରଣ କରିଥାଏ।

ଶୁକ୍ରବାର ଧନୁଯାତ୍ରାର ଶେଷ ଦିନରେ କୃଷ୍ଣ ତାଙ୍କର ମାମୁଁ ମହାରାଜ କଂସଙ୍କୁ ମାରିବା ସହ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ସମାପ୍ତି ଘଟିଥାଏ।

Comment