ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୈନନ୍ଦିନ ଜୀବନରେ ଆପଣ ରାସ୍ତାରେ ଅନେକ କାର୍‌ ଦେଖୁଥିବେ। ଏହି ଅଲଗା ଅଲଗା କାର୍‌ରେ ଭିନ୍ନ ଭିନ୍ନ ରଙ୍ଗର ନମ୍ବର ପ୍ଲେଟ ଲାଗିଥିବା ମଧ୍ୟ ଆପଣ ହୁଏତ ଲକ୍ଷ୍ୟ କରିଥିବେ। କେବେ ଭାବିଛନ୍ତି କି ଏହି ଗାଡ଼ିରେ କାହିଁକି ଭିନ୍ନ ଭିନ୍ନ ରଙ୍ଗର ନମ୍ବର ପ୍ଲେଟ ଲାଗିଥାଏ।

ଜାଣନ୍ତୁ ଏହା ପଛର କାରଣ କ’ଣ?

ଆପଣ ଅଧିକାଂଶ କାର୍‌ରେ ଧଳା ରଙ୍ଗର ନମ୍ବର ପ୍ଲେଟ୍ ଲାଗିଥିବା ଦେଖିଥିବେ। ଯେଉଁ କାର୍‌ଗୁଡ଼ିକ କୌଣସି ବ୍ୟକ୍ତିଗତ କାମରେ ବ୍ୟବହାର ହୋଇଥାଏ। ସେହି ଗାଡ଼ିଗୁଡ଼ିକର ନମ୍ବର ପ୍ଲେଟ୍ ଧଳା ରଙ୍ଗର ହୋଇଥାଏ।

ସେହିପରି ବ୍ୟବସାୟିକ ଭିତ୍ତିରେ ବ୍ୟବହାର ହେଉଥିବା ଗାଡ଼ିମାନଙ୍କରେ ହଳଦିଆ ରଙ୍ଗର ନମ୍ବର ପ୍ଲେଟ୍ ଦେଖିବାକୁ ମିଳିଥାଏ। କେତେକ ଗାଡ଼ିରେ କଳା ଓ ନୀଳ ରଙ୍ଗର ନମ୍ବର ପ୍ଲେଟ୍ ମଧ୍ୟ ଦେଖିବାକୁ ମିଳିଥାଏ। ଯେଉଁ ଗାଡ଼ିଗୁଡ଼ିକ ଜଣେ ଲୋକ ଭଡ଼ାରେ ଆଣି ନିଜେ ଚଳାଇପାରିବେ ସେହି ଗାଡ଼ିମାନଙ୍କରେ କଳାରଙ୍ଗର ନମ୍ବର ପ୍ଲେଟ୍ ଲାଗିଥାଏ। ବିଦେଶୀ ପ୍ରତିନିଧିମାନଙ୍କ ଗାଡ଼ିରେ ନୀଳ ରଙ୍ଗର ନମ୍ବର ପ୍ଲେଟ୍ ରହିଥାଏ।

ଭାରତର ରାଷ୍ଟ୍ରପତି ଓ ପ୍ରତି ରାଜ୍ୟର ରାଜ୍ୟପାଳଙ୍କ ଗାଡ଼ିରେ ଲାଲ୍ ରଙ୍ଗର ନମ୍ବର ପ୍ଲେଟ୍ ଲାଗିଥାଏ। ଏହି ଲାଲ୍ ରଙ୍ଗର ନମ୍ବର ପ୍ଲେଟ୍ ଅନ୍ୟ କେଉଁ ଗାଡ଼ିରେ ଦେଖିବାକୁ ମିଳିନଥାଏ।

LEAVE A REPLY

Please enter your comment!
Please enter your name here