ଓଡ଼ିଶାଲାଇଭ୍ ବ୍ୟୁରୋ

ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ ବିସିସିଆଇ ଦଳ ଘୋଷଣା କରିଛି। ୧୬ ଜଣିଆ ଭାରତୀୟ ଦଳରେ ଉପ ଅଧିନାୟକ ରୋହିତ ଶର୍ମାଙ୍କ ସହ ଦ୍ରୁତ ବୋଲର ମହମ୍ମଦ ସାମି ସ୍ଥାନ ପାଇଛନ୍ତି।

ଜାନୁଆରି ୨୦ ତାରିଖରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ଗସ୍ତ କରିବ। ସେଠାରେ ଜାନୁଆରି ୨୪ ତାରିଖରୁ ଟି-୨୦ ସିରିଜ୍ ଆରମ୍ଭ ହେବ। ଏହାପରେ ଦିନିକିଆ ଓ ଟେଷ୍ଟ ସିରିଜ୍ ମଧ୍ୟ ଖେଳାଯିବ। କିନ୍ତୁ ପ୍ରଥମ ପର୍ଯ୍ୟାୟରେ ବିସିସିଆଇ କେବଳ ଟି-୨୦ ସିରିଜ୍ ପାଇଁ ଦଳ ଘୋଷଣା କରିଛି। ଦଳରେ ହିଟ୍ ମ୍ୟାନ୍ ରୋହିତ ଶର୍ମାଙ୍କ ସହ ମହମ୍ମଦ ସାମିଙ୍କୁ ସ୍ଥାନ ମିଳିଛି। ଦୁହେଁ ଗତ ଶ୍ରୀଲଙ୍କା ସିରିଜରେ ଦଳରୁ ବାହାରେ ରହିଥିଲେ। ଏଥିସହିତ ଶ୍ରୀଲଙ୍କା ବିପକ୍ଷ ଦଳରୁ କେରଳୀ ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମସନଙ୍କୁ ବାଦ୍ ଦିଆଯାଇଛି।ଆଗାମୀ ଅଳ୍ପ ଦିନ ମଧ୍ୟରେ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ଓ ଟେଷ୍ଟ୍ ସିରିଜ୍ ପାଇଁ ଦଳ ଘୋଷଣା କରାଯିବ ବୋଲି ସୂଚନା ମିଳିଛି। କେବଳ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ନଜର ରହିଛି। ଯଦି ସେ ନିଜକୁ ଏହି ଅଳ୍ପ ଦିନ ମଧ୍ୟରେ ଫିଟ୍ ଘୋଷିତ କରନ୍ତି ତେବେ ତାଙ୍କୁ ଟେଷ୍ଟ ଓ ଦିନିକିଆ ଦଳରେ ସାମିଲ କରାଯିବ ବୋଲି ଆଲୋଚନା ହେଉଛି।

ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଲୋକେଶ ରାହୁଲ, ଶିଖର ଧାୱନ, ଶ୍ରେୟାସ ଆୟାର, ମନୀଷ ପାଣ୍ଡେ, ଋଷଭ ପନ୍ଥ, ଶିଭମ ଦୁବେ, କୁଲଦୀପ ଯାଦବ, ଯୁଜବେନ୍ଦ୍ର ଚହଲ, ୱାସିଂଟନ ସୁନ୍ଦର, ଯଶପ୍ରୀତ ବୁମରା, ମହମ୍ମଦ ସାମୀ, ନଭଦୀପ ସୈନି, ରବୀନ୍ଦ୍ର ଜାଡେଜା ଓ ସାର୍ଦ୍ଦୁଲ ଠାକୁର।

Comment