ଓଡ଼ିଶାଲାଇଭ୍ ବ୍ୟୁରୋ

ଏଥର ନୂଆଦିଲ୍ଲୀର ଜାନୁଆରି ୨୬ ପରେଡରେ ବୀରତ୍ୱ ପ୍ରଦର୍ଶନ କରିବ ଭାରତୀୟ ବାୟୁସେନାର ରାଫେଲ୍ ବିମାନ। ଦିଲ୍ଲୀର ଆକାଶ ମାର୍ଗରେ ସାରା ବିଶ୍ୱ ଦେଖିବ ଭାରତୀୟ ବାୟୁସେନାର ରାଫେଲ୍ ବିମାନକୁ।

ଆସନ୍ତା ଜାନୁଆରି ୨୬ ତାରିଖ ଗଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀର ରାଜପଥ ପରେଡରେ ଦେଶର ତିନି ସେନା ସାମିଲ ହେବେ। ଏଥିରେ ଭାରତୀୟ ବାୟୁସେନା ମଧ୍ୟ ସାମିଲ ହେବ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି। ଭାରତୀୟ ବାୟୁସେନାରେ ନୂଆକରି ସାମିଲ ହୋଇଥିବା ରାଫେଲ୍ ବିମାନକୁ ଉଡ଼ାଇବା ପାଇଁ ପାଇଲଟମାନେ ମଧ୍ୟ ଫ୍ରାନ୍ସରୁ ନିଜର ଟ୍ରେନିଂ ନେଇସାରିଛନ୍ତି।

ରାଫେଲ୍ ବିମାନ ସହିତ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏୟାରକ୍ରାଫ୍ଟ ଓ ହେଲିକପ୍ଟର ମଧ୍ୟ ଗଣତନ୍ତ୍ର ଦିବସରେ ପ୍ରଦର୍ଶିତ କରାଯିବ। ଆକାଶ ମିସାଇଲ୍, ଅସ୍ତ୍ର ମିସାଇଲ୍ ଭଳି ଯୁଦ୍ଧାସ୍ତ୍ର ତେଜସ ବିମାନ ମଧ୍ୟ ଆକାଶ ମାର୍ଗରେ ନିଜର ବୀରତ୍ୱ ପ୍ରଦର୍ଶନ କରିବେ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି।

Comment