ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜକୋଟ ଦିନିକିଆ ପୂର୍ବରୁ ବିରାଟ ବାହିନୀକୁ ବଡ଼ ଝଟକା। ଆହତ ହେତୁ ଦଳର ୱିକେଟ୍ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଦ୍ୱିତୀୟ ଦିନିକିଆରୁ ବାଦ୍ ପଡ଼ିବେ ବୋଲି ସୂଚନା ମିଳିଛି।

ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ରିଷଭ ପନ୍ତଙ୍କୁ ମୁଣ୍ଡରେ ବଲ୍ ବାଜିଥିଲା। ଏଥିରେ ସେ ଆହତ ହେବା ସହ ଆଉଟ୍ ହୋଇଯାଇଥିଲେ। ତାଙ୍କ ବଦଳରେ କେ ଏଲ୍ ରାହୁଲ୍ ୱିକେଟ୍ କିପିଂ କରିଥିଲେ।

ଏହାପରେ ରିଷଭଙ୍କ ଡାକ୍ତରୀ ପରୀକ୍ଷା କରାଯାଇଛି। ତାଙ୍କୁ ୨୪ ଘଣ୍ଟା ପର୍ଯ୍ୟନ୍ତ ଆରାମ ନେବା ପାଇଁ କୁହାଯାଇଛି। ଅନ୍ୟପଟେ ଜାନୁଆରି ୧୭ ତାରିଖରେ ଦ୍ୱିତୀୟ ଦିନିକିଆ ହେବାକୁ ଥିବାବେଳେ ଏଥିରେ ଋଷଭ ଖେଳିବେ କି ନାଇ ସେ ନେଇ ସ୍ପଷ୍ଟ ହୋଇନାହିଁ। ବର୍ତ୍ତମାନ ଯଦି ରିଷଭ ଆହତ ହେବା କାରଣରୁ ଦଳରୁ ବାଦ୍ ପଡ଼ନ୍ତି ତେବେ ଦଳ ପାଇଁ ଏହା ଏକ ବଡ଼ କ୍ଷତି ହେବ। ତାଙ୍କ ବଦଳରେ ଦଳର କିଏ ୱିକେଟ କିପିଂ କରିବ ତାକୁ ନେଇ କୋହଲିଙ୍କ ଚିନ୍ତା ବଢ଼ିଯାଇଛି।

Comment