ଓଡ଼ିଶାଲାଇଭ୍ ବ୍ୟୁରୋ

ମହିଳାମାନେ ତ୍ୱଚାକୁ ଚିକ୍କଣ ଓ ସୁନ୍ଦର କରିବା ପାଇଁ ବିଭିନ୍ନ କେମିକାଲ ପ୍ରଡକ୍ଟର ବ୍ୟବହାର କରିଥା’ନ୍ତି। ଏହା ସାମୟିକ ଭାବେ ଗୋରାପଣ ଦେଇଥାଏ ସତ ହେଲେ ପରମୁହୂର୍ତ୍ତରେ ତ୍ୱଚାକୁ ଖରାପ କରିଦିଏ। ଏଥିପାଇଁ ତ୍ଵଚାରେ ସବୁବେଳେ ଘରୋଇ ଉପଚାର ବ୍ୟବହାର କରନ୍ତୁ। ଏହାର କୌଣସି ପାର୍ଶ୍ୱପ୍ରତିକ୍ରିୟା ନଥାଏ।
ତ୍ୱଚା ପାଇଁ ବିଟ୍ରୁଟ୍ ମ୍ୟାଜିକ୍ ଭଳି କାମ କରିଥାଏ। ଏଥିରେ ଭିଟାମିନ୍ ପ୍ରଚୁର ପରିମାଣରେ ଭରି ରହିଥାଏ, ଯାହା ସ୍ୱାସ୍ଥ୍ୟ ସଙ୍ଗେ ସଙ୍ଗେ ତ୍ୱଚା ପାଇଁ ବି ବେଶ୍ ଭଲ। ଶୀତଦିନେ ତ୍ୱଚାକୁ ଆକର୍ଷଣୀୟ କରିବା ପାଇଁ ବିଟ୍ରୁଟ୍ ଫେସ୍ପ୍ୟାକ୍ ବ୍ୟବହାର କରନ୍ତୁ।
ବିଟ୍ରୁଟ୍କୁ ଜୁସ୍ ସହ ଆଲୋଭେରା ଜେଲ୍, ବାଦାମ ତେଲ ମିଶାଇ ମୁହଁରେ ଲଗାନ୍ତୁ। ୩୦ ମିନିଟ୍ ପରେ ମୁହଁକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ।
ଲେମ୍ବୁ ରସ, ଅଙ୍ଗୁର ରସ, ସେଓ ରସ ଓ ଆଖୁ ରସକୁ ସଠିକ୍ ପରିମାଣରେ ମିଶ୍ରଣ କରି ୫ ମିନିଟ୍ ଯାଏଁ ଶରୀରରେ ମାଲିସ୍ କରନ୍ତୁ। ତ୍ୱଚାର ରଙ୍ଗକୁ ସ୍ଵାଭାବିକ ରଖିବାରେ ଏହା ବେଶ୍ ଉପଯୋଗୀ।
ଭିଟାମିନ୍-ଇ ଅଏଲ୍, ଗ୍ଲିସେରିନ୍ କିମ୍ବା ଭେସ୍ଲିନ୍ର ଏକ ମିଶ୍ରଣ ପ୍ରସ୍ତୁତ କରି ଗାଧୋଇବାର ୧୫-୨୦ ମିନିଟ୍ ପୂର୍ବରୁ ଶରୀରରେ ମାଲିସ କରନ୍ତୁ। ଏହା ଶରୀରକୁ ପ୍ରାକୃତିକ ମଇଶ୍ଚରାଇଜର୍ କରିବା ସହ ତ୍ୱଚାକୁ କୋମଳ ରଖିବ।
















