ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ପ୍ରଥମ ଦିନରେ ସେସୁ ୮୦୦ ବିଜୁଳି ସଂଯୋଗ କାଟିଥିବା ବେଳେ ୩ କୋଟି ଟଙ୍କା ବକେୟା ବିଲ୍‌ ଆଦାୟ କରିଛି।

୧୫ ତାରିଖରେ ଡେଡ୍‌ଲାଇନ୍‌ ଶେଷ ହେବା ପରେ ୧୬ ତାରିଖରୁ ବିଜୁଳି କାଟ୍‌ ଅଭିଯାନ ଆରମ୍ଭ କରିଛି ସେସୁ। ଗୁରୁବାର ଦିନ ସେସୁ ସ୍କ୍ୱାଡ୍‌ କଟକ, ଖୋର୍ଦ୍ଧା, ନିମାପଡ଼ା, ପୁରୀ ଡିଭିଜନରେ ଚଢ଼ାଉ କରି ବକେୟା ବିଦ୍ୟୁତ ବିଲ୍‌ ଆଦାୟ କରିବା ସହ ୮୦୦ ବିଦ୍ୟୁତ ସଂଯୋଗ କାଟିଛି।

ଶୁକ୍ରବାରଠୁ ଅନ୍ୟ ଡିଭିଜିନମାନଙ୍କରେ ଚଢ଼ାଉ ହେବ। ଯେଉଁମାନେ ଅଧିକ ଟଙ୍କା ବକେୟା ରଖିଛନ୍ତି ସେମାନଙ୍କ ପାଖରେ ସେସୁ ସ୍କ୍ୱାଡ୍‌ ପହଞ୍ଚିବ।

୧୫ ତାରିଖ ସୁଦ୍ଧା ବକେୟା ବିଦ୍ୟୁତ ବିଲ୍‌ ପଇଠ କରିବାକୁ ସେସୁ ପକ୍ଷରୁ କୁହାଯାଇଥିଲା। ନହେଲେ ୧୬ ତାରିଖରୁ ବିଜୁଳି କାଟ୍‌ ହେବ ବୋଲି ସେସୁ ସିଇଓ ଅରୁଣ ବୋଥ୍ରା ଚରମବାଣୀ ଶୁଣାଇଥିଲେ। ୧୫ ତାରିଖ ଭିତରେ କିଛି ଉପଭୋକ୍ତା ସେମାନଙ୍କୁ ବକେୟା ବିଲ୍‌ ପଇଠ କରିଥିଲେ।

ଯେଉଁମାନେ ନିର୍ଦ୍ଧାରିତ ସମୟ ସୁଦ୍ଧା ବିଲ୍‌ ଦେଇ ନଥିଲେ ସେମାନଙ୍କ ପାଖରେ ଆଜି ପହଞ୍ଚିଥିଲେ ସ୍କ୍ୱାଡ୍‌। ପ୍ରଥମ ଦିନରେ ସେସୁ ସ୍କ୍ୱାଡ୍‌ ବ୍ୟବସାୟ ପ୍ରତିଷ୍ଠାନରେ ପହଞ୍ଚିଥିଲା। ଖୋର୍ଦ୍ଧା ଗୁରୁଜଙ୍ଗରେ ପ୍ରଥମେ ବିଦ୍ୟୁତ ସଂଯୋଗ କଟା ଯାଇଥିଲା। ଏହାପରେ କଟକ, ନିମାପଡ଼ା, ପୁରୀ ଡିଭିଜନରେ କିଛି ଉପଭୋକ୍ତାଙ୍କର ବିଜୁଳି କଟା ଯାଇଥିଲା।

ପ୍ରଥମ ଦିନରେ ସେସୁ ୩ କୋଟି ଟଙ୍କା ବକେୟା ବିଲ୍‌ ଆଦାୟ କରିଛି।

Comment