ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ୫ କୋଟି ୩୮ ଲକ୍ଷ ଟଙ୍କା ବକେୟା ବିଲ୍‌ ଆଦାୟ
  • ପୁରୀରୁ ସର୍ବାଧିକ ୮୩ ଲକ୍ଷ ୫୪ ହଜାର ଟଙ୍କା ଆଦାୟ
  • ୧୬ ତାରିଖରୁ ବିଜୁଳି କାଟ୍‌ ଅଭିଯାନ ଆରମ୍ଭ କରିଛି ସେସୁ
  • ଖୋର୍ଦ୍ଧା ଗୁରୁଜଙ୍ଗରେ ପ୍ରଥମେ ବିଦ୍ୟୁତ ସଂଯୋଗ କଟା ଯାଇଥିଲା

ଆକ୍ସନ ମୋଡ୍‌ରେ ସେସୁ। ଡେଡ୍‌ଲାଇନ୍‌ ଶେଷ ହେବା ପରେ କଠୋର ହୋଇଯାଇଛି ସେସୁ। ବକେୟା ବିଦ୍ୟୁତ ବିଲ୍‌ ଦେଉ ନଥିବା ଉପଭୋକ୍ତାଙ୍କ ଲାଇନକୁ ସିଧାସଳଖ କାଟି ଦେଇଛି ସେସୁ। ପ୍ରଥମ ଦିନରେ ସେସୁ ୧୫୪୫ ଉପଭୋକ୍ତାଙ୍କ ବିଜୁଳି ସଂଯୋଗ କାଟିଛି।

ସେହିପରି ବକେୟା ବିଲ୍‌ ବାବଦରେ ୫ କୋଟି ୩୮ ଲକ୍ଷ ୯୮ ହଜାର ଟଙ୍କା ଆଦାୟ କରାଯାଇଛି। ପୁରୀରୁ ସର୍ବାଧିକ ୮୩ ଲକ୍ଷ ୫୪ ହଜାର ଟଙ୍କା ଆଦାୟ ହୋଇଥିବା ସେସୁ ପକ୍ଷରୁ କୁହାଯାଇଛି।

୩୯୭୧ ଉପଭୋକ୍ତା ସେମାନଙ୍କ ବିଜୁଳି ବିଲ୍‌ରେ ତ୍ରୁଟି ରହିଥିବା ଅଭିଯୋଗ କରିଥିବା ବେଳେ ୨୩୪୬ ଜଣଙ୍କୁ ବକେୟା ବିଲ୍‌ ଦେବାକୁ ଇନଷ୍ଟଲମେଣ୍ଟ ସୁବିଧା ଦିଆଯାଇଛି।

୧୫ ତାରିଖରେ ଡେଡ୍‌ଲାଇନ୍‌ ଶେଷ ହେବା ପରେ ୧୬ ତାରିଖରୁ ବିଜୁଳି କାଟ୍‌ ଅଭିଯାନ ଆରମ୍ଭ କରିଛି ସେସୁ। ଗୁରୁବାର ଦିନ ସେସୁ ସ୍କ୍ୱାଡ୍‌ କଟକ, ଖୋର୍ଦ୍ଧା, ନିମାପଡ଼ା, ପୁରୀ ଡିଭିଜନରେ ଚଢ଼ାଉ କରି ବକେୟା ବିଦ୍ୟୁତ ବିଲ୍‌ ଆଦାୟ

୧୫ ତାରିଖ ସୁଦ୍ଧା ବକେୟା ବିଦ୍ୟୁତ ବିଲ୍‌ ପଇଠ କରିବାକୁ ସେସୁ ପକ୍ଷରୁ କୁହାଯାଇଥିଲା। ନହେଲେ ୧୬ ତାରିଖରୁ ବିଜୁଳି କାଟ୍‌ ହେବ ବୋଲି ସେସୁ ସିଇଓ ଅରୁଣ ବୋଥ୍ରା ଚରମବାଣୀ ଶୁଣାଇଥିଲେ। ୧୫ ତାରିଖ ଭିତରେ କିଛି ଉପଭୋକ୍ତା ସେମାନଙ୍କୁ ବକେୟା ବିଲ୍‌ ପଇଠ କରିଥିଲେ।

ଯେଉଁମାନେ ନିର୍ଦ୍ଧାରିତ ସମୟ ସୁଦ୍ଧା ବିଲ୍‌ ଦେଇ ନଥିଲେ ସେମାନଙ୍କ ପାଖରେ ଆଜି ପହଞ୍ଚିଥିଲେ ସ୍କ୍ୱାଡ୍‌। ପ୍ରଥମ ଦିନରେ ସେସୁ ସ୍କ୍ୱାଡ୍‌ ବ୍ୟବସାୟ ପ୍ରତିଷ୍ଠାନରେ ପହଞ୍ଚିଥିଲା। ଖୋର୍ଦ୍ଧା ଗୁରୁଜଙ୍ଗରେ ପ୍ରଥମେ ବିଦ୍ୟୁତ ସଂଯୋଗ କଟା ଯାଇଥିଲା। ଏହାପରେ କଟକ, ନିମାପଡ଼ା, ପୁରୀ ଡିଭିଜନରେ କିଛି ଉପଭୋକ୍ତାଙ୍କର ବିଜୁଳି କଟା ଯାଇଥିଲା।

Comment