ଓଡ଼ିଶାଲାଇଭ୍‌ ବ୍ୟୁରୋ

ବ୍ରହ୍ମପୁର ସଦର ଥାନା ଲୋଚାପଡ଼ା ସେବା ସମବାୟ ସମିତି କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ। ଏହି ଅଗ୍ନିକାଣ୍ଡରେ ଜଳିଗଲେ ସମିତି ସମ୍ପାଦକ ଜଗନ୍ନାଥ ପାତ୍ର। ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରି ମୃତଦେହକୁ ଉଦ୍ଧାର କରିଛନ୍ତି।

ଆଜି ଦିନ ୨ଟା ସମୟରେ ଜଗନ୍ନାଥ ତାଙ୍କ ସହଯୋଗୀଙ୍କୁ ମଧ୍ୟାହ୍ନ ଭୋଜନ ଖାଇବାକୁ ଯିବା ପାଇଁ କହି ନିଜେ କାର୍ଯ୍ୟାଳୟରେ ଏକା କାମ କରିଥିଲେ। ଅନ୍ୟ କର୍ମଚାରୀମାନେ ଯିବା ପରେ ସର୍ଟସର୍କିଟ ଯୋଗୁଁ କାର୍ଯ୍ୟାଳୟରେ ନିଆଁ ଲାଗିଯାଇଥିଲା। କର୍ମଚାରୀ ଫେରି ଦେଖିଲା ବେଳକୁ କାର୍ଯ୍ୟାଳୟରେ ନିଆଁ ଲାଗିଛି। ଏନେଇ କର୍ମଚାରୀମାନେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।

ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବେଳକୁ ଜଗନ୍ନାଥ ପାତ୍ରଙ୍କ ମୃତ୍ୟୁ ହୋଇ ସାରିଥିଲା। ଏଥିରେ କାର୍ଯ୍ୟାଳୟର ବ୍ୟାପକ କ୍ଷୟକ୍ଷତି ମଧ୍ୟ ହୋଇଛି।

Comment