ଓଡ଼ିଶାଲାଇଭ୍ ବ୍ୟୁରୋ

ବିସିସିଆଇର ବାର୍ଷିକ ଚୁକ୍ତିରୁ ବାଦ୍ ପଡ଼ିଛନ୍ତି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ। ଗୁରୁବାର ବିସିସିଆଇ ଖେଳାଳିମାନଙ୍କ ବାର୍ଷିକ ଚୁକ୍ତି ତାଲିକା ଘୋଷଣା କରିଥିବାବେଳେ ଏଥିରେ ଧୋନୀଙ୍କ ନାଁ ଦେଖିବାକୁ ମିଳିନି। ଏହାପରେ ଧୋନୀଙ୍କ ଅବସର ନେବା ଘଟଣାକୁ ନେଇ ଯେଉଁ ଚର୍ଚ୍ଚା ହେଉଥିଲା ତାହା ପୁଣି ଆରମ୍ଭ ହୋଇଯାଇଛି।

ବିସିସିଆଇ ପ୍ରତିବର୍ଷ ତା’ର ଖେଳାଳିମାନଙ୍କ ଚୁକ୍ତି ତାଲିକା ଘୋଷଣା କରିଥାଏ। ଏଥିରେ ଖେଳାଳିମାନଙ୍କୁ ଗ୍ରେଡ୍ ଅନୁସାରେ ବିଭକ୍ତ କରାଯାଇଥାଏ। ଏହି ଗ୍ରେଡରେ ଏ+ ଖେଳାଳିଙ୍କୁ ବର୍ଷକୁ ବିସିସିଆଇ ୭ କୋଟି ଟଙ୍କା, ଏ ଗ୍ରେଡ୍ ଖେଳାଳିଙ୍କୁ ବାର୍ଷିକ ୫ କୋଟି, ବି ଗ୍ରେଡ୍ ଖେଳାଳିଙ୍କୁ ବାର୍ଷିକ ୩ କୋଟି ଓ ସି ଗ୍ରେଡ୍ ଖେଳାଳିଙ୍କୁ ବାର୍ଷିକ ୧ କୋଟି ଟଙ୍କା ପ୍ରଦାନ କରିଥାଏ।

ଗୁରୁବାର ବିସିସିଆଇ ତରଫରୁ ଏହି ତାଲିକା ଘୋଷଣା କରାଯାଇଛି। ଏହି ତାଲିକାରେ ମହେନ୍ଦ୍ର ସିଂହ ଧୋନୀଙ୍କ ନାଁ ନାହିଁ। ବିଶ୍ୱକପ୍ ପରଠାରୁ ଧୋନୀ ଲଗାତାର ଭାବେ ଦଳରୁ ଦୂରେଇ ରହିଛନ୍ତି। ଯାହାକି ତାଙ୍କର ଅବସର ନେବା କଥାକୁ ଅଧିକ ମଜବୁତ୍ କରୁଛି।

‘ଏ’+ ଗ୍ରେଡ୍ ଖେଳାଳି

ବିରାଟ କୋହଲି, ରୋହିତ ଶର୍ମା, ଜଶପ୍ରୀତ୍ ବୁମରା

‘ଏ’ ଗ୍ରେଡ୍ ଖେଳାଳି  

ଆର ଅଶ୍ୱିନୀ, ରବୀନ୍ଦ୍ର ଜାଡେଜା, ଭୁବନେଶ୍ୱର କୁମାର, ଚିତେଶ୍ୱର ପୁଜାରା, ଆଜିଙ୍କ୍ୟ ରାହାଣେ, କେ ଏଲ୍ ରାହୁଲ, ଶିଖର ଧାୱନ, ମହମ୍ମଦ ସାମି, ଇଶାନ୍ତ ଶର୍ମା, କୁଲଦୀପ ଯାଦବ ଓ ରିଷଭ ପନ୍ତ

‘ବି’ ଗ୍ରେଡ୍ ଖେଳାଳି

ରିଦ୍ଧିମାନ ଶାହ, ଉମେଶ ଯାଦବ, ୟୁଜବେନ୍ଦ୍ର ଚହଲ, ହାର୍ଦ୍ଦିକ ପାଣ୍ଡ୍ୟା, ମୟଙ୍କ ଅଗ୍ରୱାଲ

‘ସି’ ଗ୍ରେଡ୍ ଖେଳାଳି

କେଦାର ଯାଦବ, ନଭଦୀପ ସୈନୀ, ଦୀପକ ଚହର, ମନିଷ ପାଣ୍ଡେ, ହନୁମା ବିହାରୀ, ସାର୍ଦ୍ଦୁଲ ଠାକୁର, ଶ୍ରେୟାସ ଆୟାର, ୱାସିଂଟନ ସୁନ୍ଦର

Comment