ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱରରେ ଶିଖ୍‌ ଯୁବକ ପରବିନ୍ଦର ସିଂହଙ୍କୁ ମାଡ଼ ଘଟଣାରେ ଉଦବେଗ ପ୍ରକାଶ କରିଛନ୍ତି ପୂର୍ବତନ ଡିଜି ପ୍ରକାଶ ମିଶ୍ର। ଟୁଇଟ କରି ସେ ଏହି ଘଟଣାକୁ ପ୍ରବଳ ନିନ୍ଦା କରିଛନ୍ତି।

‘‘ପରବିନ୍ଦର ସିଂହ ଘଟଣା ଧୀରେ ଧୀରେ ରହସ୍ୟମୟ ହେବାରେ ଲାଗିଛି। ପୁଲିସ ଚାପରେ ନ ରହୁ। ଆଶା କରୁଛି ପୁଲିସ ଚାପରେ ନ ଆସି ଘଟଣାର ନିରପେକ୍ଷ ତଦନ୍ତ କରୁ’’, ଟୁଇଟରେ ଲେଖିଛନ୍ତି ପ୍ରକାଶ ମିଶ୍ର।

୧୪ ତାରିଖରେ ଭୁବନେଶ୍ଵର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଭଗବାନ ଆପାର୍ଟମେଣ୍ଟ ପାଖରେ ଗାଡ଼ି ପାର୍କିଂକୁ ନେଇ ପରବିନ୍ଦରଙ୍କ ସହ କିଛି ଦୁର୍ବୃତ୍ତଙ୍କ ଝଗଡ଼ା ହୋଇଥିଲେ। ଏଥିରେ ଦୁର୍ବୃତ୍ତମାନେ ତାଙ୍କୁ ମାଡ଼ ମାରିଥିଲେ। ପରେ ପରବିନ୍ଦର ପୋଲିସକୁ ଫୋନ କରିଥିଲେ, ପୋଲିସ ଉପସ୍ଥିତିରେ ମଧ୍ୟ ତାଙ୍କୁ ପ୍ରବଳ ମାଡ଼ ମାରିଥିଲେ ଦୁର୍ବୃତ୍ତ। ଘଟଣା ସିସିଟିଭି ଭିଡିଓ ଭାଇରାଲ ହେବା ପରେ ଜଣେ ପିସିଆର ଅଧିକାରୀଙ୍କୁ ନିଲମ୍ଵିତ କରାଯାଇଥିଲା ବେଳେ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା।

Comment