ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜଣାଶୁଣା ଶାସ୍ତ୍ରୀୟ ସଙ୍ଗୀତ କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କ ପରଲୋକ ଘଟିଛି। ୮୫ ବର୍ଷ ବୟସରେ କୋଲକାତାର ଏକ ଘରୋଇ ମେଡିକାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଅସୁସ୍ଥତା ଯୋଗୁଁ ଦୀର୍ଘଦିନ ହେବ ସେ ଚିକିତ୍ସିତ ହେଉଥିଲେ।

ସୁନନ୍ଦାଙ୍କ କାଳଜୟୀ ଗୀତ ମଧ୍ୟରେ ‘ଜୀବନ ପାତ୍ର ମୋ ଭରିଛି କେତେ ମତେ’ ବେଶ ପ୍ରସିଦ୍ଧ।

ପ୍ରଖ୍ୟାତ କବି ବୈକୁଣ୍ଠନାଥ ପଟ୍ଟନାୟକଙ୍କ ଝିଅ ସୁନନ୍ଦା। ୧୯୩୪ରେ କଟକରେ ସେ ଜନ୍ମ ହୋଇଥିଲେ। ପିଲାଟି ବେଳୁ ସଙ୍ଗୀତ ପ୍ରତି ତାଙ୍କର ଦୁର୍ବଳତା ରହିଥିଲା। ୧୯୫୭ ମସିହାରେ କଲିକତାଠାରେ ସେ ‘ଅଖିଳ ଭାରତୀୟ ସଦରଙ୍ଗ ସଙ୍ଗୀତ ସମ୍ମିଳନୀ’ରେ ସଙ୍ଗୀତ ପରିବେଷଣ କରିବାର ସୁଯୋଗ ପାଇଥିଲେ।

୧୯୮୩ ମସିହାଠାରୁ ସୁନନ୍ଦା କଲିକତାରେ ରହି ସଙ୍ଗୀତ ପରିବେଷଣ ସହ ଶିକ୍ଷାଦାନ ମଧ୍ୟ କରିଆସୁଥିଲେ।

ସେ ଓଡ଼ିଶା ସଙ୍ଗୀତ ଏକାଡେମି ସହ ଅନେକ ଜାତୀୟ ସମ୍ମାନ ସମ୍ମାନିତ ହୋଇଛି। ତାଙ୍କ ଜୀବନୀ ଉପରେ ନିର୍ମିତ ଫିଲ୍ମ ‘ନୀଳମାଧବ’ ଜାତୀୟସ୍ତରରେ ପୁରସ୍କୃତ ହୋଇଛି।

Comment