ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ୍‌ କମିସନ୍‌ ପକ୍ଷରୁ ୧୬୧ଟି କମ୍ବାଇନ୍‌ଡ ଅଡିଟର୍‌ ପଦବୀ ପାଇଁ ନିଯୁକ୍ତି ପ୍ରକାଶ ପାଇଛି। ଏହାମଧ୍ୟରୁ ଡିରେକ୍ଟର୍‌ ଅଫ୍‌ ଇଣ୍ଡଷ୍ଟ୍ରିରେ ୧୪ଟି ଅଡିଟର୍‌ ଏବଂ ଫାଇନାନ୍ସ ଡିପାର୍ଟମେଣ୍ଟରେ ୧୪୭ଟି ଅଡିଟର୍‌ ପାଇଁ ସୂଚନାତ୍ମକ ବିଜ୍ଞପ୍ତି ପ୍ରକାଶ ପାଇଛି। ସମସ୍ତ ନିଯୁକ୍ତି ଚୁକ୍ତିଭିତ୍ତିକ ହେବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ ଦର୍ଶାଯାଇଛି।

ପଦବୀ ଓ ସଂରକ୍ଷଣ

ଡିରେକ୍ଟର୍‌ ଅଫ୍‌ ଇଣ୍ଡଷ୍ଟ୍ରି –୧୪ଟି ପଦବୀ

  • ଏସ୍‌ସି – ୨ଟି (୧ଟି ମହିଳା)
  • ଏସ୍‌ଟି – ୩ଟି (୧ଟି ମହିଳା)
  • ଏସ୍‌ସିବିସି – ୨ଟି (୧ଟି ମହିଳା)
  • ସାଧାରଣବର୍ଗ – ୭ଟି (୨ଟି ମହିଳା)

ଫାଇନାନ୍‌ସ୍‌ ଡିପାର୍ଟମେଣ୍ଟ –୧୪୭ଟି ପଦବୀ

  • ଏସ୍‌ସି – ୨୬ଟି (୯ଟି ମହିଳା)
  • ଏସ୍‌ଟି – ୪୫ଟି (୧୩ଟି ମହିଳା)
  • ଏସ୍‌ସିବିସି – ୮ଟି (୨ଟି ମହିଳା)
  • ସାଧାରଣବର୍ଗ – ୬୮ଟି (୨୭ଟି ମହିଳା)

ଶିକ୍ଷାଗତ ଯୋଗ୍ୟତା

ବିଜ୍ଞାନ,କଳା ଅଥବା ବାଣିଜ୍ୟରେ ସ୍ନାତକ କରିଥିବା ପ୍ରାର୍ଥୀ ଅଥବା ଆଇନ୍‌ରେ ସ୍ନାତକ କରିଥିବା ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ। ଏହା ବ୍ୟତୀତ ଆବେଦନକାରୀମାନେ ପିଜିଡିସିଏ କରିଥିବା ଏବଂ ଅତି କମ୍‌ରେ ଏମ୍ଇ ଷ୍ଟାଣ୍ଡାର୍ଡ ଯାଏ ଓଡ଼ିଆ ପାସ୍‌ କରିଥିବା ଦରକାର।

ବୟସ ସୀମା

୨୧ ରୁ ୩୨ ବର୍ଷ

ଦରମା

୧୬,୮୮୦ ଟଙ୍କା

ଆବେଦନ ପ୍ରକ୍ରିୟା

ଆବେଦନକାରୀମାନେ ଅନ୍‌ଲାଇନ୍‌ ଆବେଦନ କରିପାରିବେ। ଆବେଦନପତ୍ର ପୂରଣ ସହ ନିଜର ସମସ୍ତ ବାୟୋଡାଟା, ଶିକ୍ଷାଗତ କାଗଜପତ୍ର, ପ୍ରମାଣପତ୍ର, ସ୍କାନ୍‌ ହୋଇଥିବା ଫୋଟୋ ଏବଂ ଦସ୍ତଖତ ଆଦିକୁ ଦାଖଲ କରିବେ।

ଆବେଦନ ଶୁଳ୍କ

ଏସ୍‌ସି, ଏସ୍‌ଟି ଏବଂ ଶାରୀରିକ ଅକ୍ଷମମାନଙ୍କ ବ୍ୟତୀତ ଅନ୍ୟ ସମସ୍ତ ବର୍ଗର ପ୍ରାର୍ଥୀମାନେ ୨୦୦ ଟଙ୍କା ପେମେଣ୍ଟ କରିବେ।

ଏହି ପଦବୀଗୁଡ଼ିକ ପାଇଁ ଅନଲାଇନ୍ ଆବେଦନ କରିବାକୁ ପଡ଼ିବ। ଅନଲାଇନ ଆବେଦନର ତାରିଖ ତଥା ଏ ସଂପର୍କିତ ସବିଶେଷ ତଥ୍ୟ ossc.gov.in ୱେବସାଇଟ୍‌ରେ ଭବିଷ୍ୟତରେ ପ୍ରକାଶ ପାଇବ। ସୂଚନା ପାଇଁ ଷ୍ଟାଫ୍ ସିଲେକସନ୍ କମିସନ ୱେବସାଇଟ୍‌ ସହ ଯୋଗାଯୋଗ ରଖିବା ପାଇଁ ବୋଲି ପକ୍ଷରୁ ବିଜ୍ଞପ୍ତିରେ କୁହାଯାଇଛି। ନିକଟ ଭବିଷ୍ୟତରେ ଏ ସଂପର୍କିତ ସମ୍ପୂର୍ଣ୍ଣ ବିଜ୍ଞପ୍ତି ୱେବ୍‌ସାଇଟ୍‌ରେ ଉପଲବ୍ଧ କରାଯିବ।

Comment