ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଗାମୀ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରୁ ବାଦ ପଡ଼ିପାରନ୍ତି ପେସ ବୋଲର ଇଶାନ୍ତ ଶର୍ମା। ଏହି ଗସ୍ତ ପାଇଁ ଦଳ ଘୋଷଣା ହେବା ପୂର୍ବରୁ ସେ ଆହତ ହୋଇଛନ୍ତି। ଦିଲ୍ଲୀରେ ରଣଜୀ ମ୍ୟାଚ ଖେଳୁଥିବା ସମୟରେ ତାଙ୍କ ପାଦରେ ଆଘାତ ଲାଗିଛି।

ଦିଲ୍ଲୀ ପାଇଁ ବିଦର୍ଭ ବିପକ୍ଷ ମ୍ୟାଚରେ ତାଙ୍କୁ ଏହି ଆଘାତ ଲାଗିଛି। ଆଘାତ ଲାଗିବା ପରେ ତାଙ୍କୁ ପଡ଼ିଆରୁ ବାହାରକୁ ଯିବାକୁ ପଡ଼ିଥିଲା। ବର୍ତ୍ତମାନ ତାଙ୍କ ଚିକିତ୍ସା ଚାଲିଛି। ସେଥିପାଇଁ ଆଗାମୀ ଟେଷ୍ଟ ସିରିଜ ପାଇଁ ତାଙ୍କ ଖେଳିବାକୁ ନେଇ ଆଶଙ୍କା ସୃଷ୍ଟି ହୋଇପାରେ।

ପୂର୍ବ ଟେଷ୍ଟ ମ୍ୟାଚର ପ୍ରଦର୍ଶନ ଦେଖିଲେ ଇଶାନ୍ତ ଶର୍ମା ନ୍ୟୁଜିଲାଣ୍ଡ ଟେଷ୍ଟ ପାଇଁ ଚୟନ ଏକ ପ୍ରକାର ସ୍ପଷ୍ଟ ଥିଲା। ସେ ଟେଷ୍ଟ ମ୍ୟାଚ ପୂର୍ବରୁ ଯଦି ଫିଟ୍‌ ନହୋଇପାରନ୍ତି, ତାହେଲେ ସେ ନ୍ୟୁଜିଲାଣ୍ଡ ଗସ୍ତରୁ ବାଦ୍‌ ପଡ଼ିପାରନ୍ତି।

Comment